ଆଜିର ଅନୁଚିନ୍ତା

ତାରିଖ - ୦୮:୦୭:୨୦୨୧(ଗୁରୁବାର)

0 352

?ମନୁଷ୍ୟ ନିଜେ ହିଁ ନିଜ କର୍ମ ଦ୍ୱାରା ଦୁଃଖ କୁ ଡାକି ଆଣିଥାଏ ।
?ଜୀବନରେ ଜୀବନ ସାଥୀର ସାଥ୍ ଥିଲେ କେବଳ ଯୌବନ ନୁହେଁ ବୃଦ୍ଧାବସ୍ତା ମଧ୍ୟ
ସୁଖରେ କଟିଯିବ ।
?ସ୍ୱର୍ଗକୁ ନେବାପାଇଁ କୌଣସି ଟିଫିନ୍ ର ସେବା ଆରମ୍ଭ ହୋଇନାହିଁ, ” ତେଣୁକରି ମାତା ପିତାଙ୍କୁ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କୁ ସୁଖଶାନ୍ତି ଦେବାହିଁ ପ୍ରକୃତ ଶ୍ରାଦ୍ଧ ଅଟେ ।
?ଯେଉଁ ବ୍ୟବହାର ଆପଣ ଅନ୍ୟମାନଙ୍କ ଠାରୁ ଚାହୁଁଛନ୍ତି ସେଇ ବ୍ୟବହାର ଆପଣ ଅନ୍ୟମାନଙ୍କୁ କରନ୍ତୁ ଦେଖିବେ ଆପଣ ଚାହୁଁଥିବା ବ୍ୟବହାର ଆପଣ ପାଇଯିବେ ।
?ଦେଖିଚାହିଁ ଧନ ପ୍ରେମ କରୁଥିବୁ Screenshot ଯୁଗ ଇଏ ସମ୍ପର୍କରେ ଟିକେ ତିକ୍ତତା ଆସିଲେ ଏଠି ଖୁବଶୀଘ୍ର Chat Viral ହୁଏ । ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
-ଆଜିର ସାଧୁବାଣୀ-
?ଘରେ ବ୍ୟୁବହୃତ ପାଣି ଟ୍ୟାପ୍ ରୁ ପାଣି ବନ୍ଦ ପରେ ପାଣି ଝରିଲେ ଘର ର ଅମଙ୍ଗଳ ହୋଇଥାଏ ।
?ଟି.ଭି., ବିଜୁଳି ସୁଇଚ୍ ଆଦି ଆଗ୍ନେୟ କୋଣରେ ରହିବା ଉଚିତ। ବୃଦ୍ଧଙ୍କ ପାଇଁ ପୂର୍ବ ଦିଗ ଶୁଭ ହୋଇଥାଏ | ପୂର୍ବକୁ ମୁଣ୍ଡ ରଖି ଶିଓଇଲେ ଆତ୍ମିକ ଶକ୍ତି ବଢେ ।
?ବୋହୁ ବାପ ଘରେ ଆଉ ଶାଶୂଘରେ ଏକାଦିନ ରେ ଭୋଜନ କଲେ ଅମଙ୍ଗଳ ହୋଇଥାଏ ।
?ଛେଳି ଖୁରାର ଧୂଳି,ଘୁଷୁରି ଗୋଡ଼ ର ଧୁଳି, ଛାଞ୍ଚୁଣି ର ଧୁଳି ଏବଂ ରଜସ୍ପଳା ନାରୀର ପାଦ ଧୁଳି ଠାକୁର ଘରେ ପଡିଲେ ଅଶୁଭ ହୋଇଥାଏ ।
?ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁ ନାହିଁ ତେବେ ପକେଟ ରେ ବା ପଇସା ରଖିବା ଜାଗାରେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ । ଏହା ଦ୍ବାରା କିଛି ଲାଭ ମିଳିଥାଏ ।
-;ମାସିକ ଶିବରାତ୍ରି ପୂଜାର ଶୁଭ ମୁହୂର୍ତ୍ତ ଓ ବିଧି :-
ପ୍ରତି ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥୀରେ ମାସିକ ଶିବରାତ୍ରି ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥୀ ୮ ଜୁଲାଇ ଅର୍ଥାତ୍ ଆସନ୍ତାକାଲି ପଡ଼ୁଛି । ଧାର୍ମିକ ମାନ୍ୟତା ଅନୁସାରେ, ମାସିକ ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ବିଧି ବିଧାନ ସହ ପୂଜା କରାଯାଏ । ଏପରି କରିବା ଦ୍ୱାରା ଭଗବାନ ଶିବଶଙ୍କର ଭକ୍ତଙ୍କ ସମସ୍ତଙ୍କ ମନକାମନା ପୂରଣ କରନ୍ତି ବୋଲି କୁହାଯାଏ
ତେବେ ମାସିକ ଶିବରାତ୍ରୀର ଦିନ ବୃଦ୍ଧି ଓ ଧ୍ରୁବର ଯୋଗ ହୁଏ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ , ବୃଦ୍ଧି ଯୋଗ ସନ୍ଧ୍ୟା ୪ଟା ୨୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ । ଏହା ପରେ ଧ୍ରୁବ ଯୋଗ ଲାଗିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଯୋଗକୁ ବହୁତ ଶୁଭ ବୋଲି କୁହାଯାଏ । ଏହି ଯୋଗରେ କରାଯାଇଥିବା କାର୍ଯ୍ୟ ସଫଳା ହୋଇଥାଏ ବୋଲି ବିଶ୍ୱାସ ରହିଛି ।
-;କ’ଣ ରହିଛି ପୂଜାର ବିଧି :-
➡️ ଶ୍ରଦ୍ଧାଳୁମାନେ ଶିରାତ୍ରିରେ ରାତି ଉଜାଗର ରହି ଶିବଙ୍କ ପୂଜା କରିବାକୁ ପଡ଼ିବ ।
➡️ ମାସିକ ଶିବରାତ୍ରୀ ଦିନ ଆପଣ ସୂର୍ଯ୍ୟେଦୟ ପୂର୍ବରୁ ଉଠି ସ୍ନାନ କରିବା ସହ କୌଣସି ଶିବ ମନ୍ଦିରକୁ ଯାଆନ୍ତୁ ।ସେଠାରେ ଭଗବାନ ଶିବ ଓ ତାଙ୍କ ପରିବାର ତଥା ପାର୍ବତୀ, ଗଣେଷ, କାର୍ତ୍ତିକ ଓ ନନ୍ଦୀଙ୍କୁ ପୂଜା କରନ୍ତୁ ।
➡️ ପୂଜା ସମୟରେ ଶିବଲିଙ୍ଗରେ ଜଳ, ଶୁଦ୍ଧ ଘିଅ, କ୍ଷୀର, ଚିନି, ମହୁ, ଦହି, ଆଦିରେ ରୁଦ୍ରାଭିଷେକ କରନ୍ତୁ ।
➡️ ଶିବଲିଙ୍ଗ ଉପରେ ବେଲପତ୍ର, ଶ୍ରୀଫଳ ଚଢ଼ାନ୍ତୁ । ଏହା ସହ ଆପଣ ଭଗବାନ ଶିବଙ୍କୁ ଉପରେ ଧୂପ, ଦୀପ, ଫଳ ଓ ଫୁଲ ଆଦିରେ ପୂଜା କରିପାରିବେ ।
➡️ ଶିବପୂଜା କରୁଥିବା ସମୟରେ ଆପଣ ଶିବ ପୁରାଣ, ଶିବ ସ୍ତୁତି, ଶିବ ଅଷ୍ଟକ, ଶିବ ଚାଲିଶା ଓ ଶିବ ଶ୍ଲୋକ ଆଦି ପାଠ କରିପାରିବେ
➡️ ଏହା ପରେ ଆପଣ ସନ୍ଧ୍ୟା ସମୟରେ ଫଳ ଖାଇ ପାରନ୍ତି । କିନ୍ତୁ ଅନ୍ନଗ୍ରହଣ କରିବା ଉଚିତ୍ ନୁହେଁ । ଆଗାମୀ ଦିନ ଭଗବାନ ଶିବଙ୍କୁ ପୂଜା କରନ୍ତୁ ଓ ଦାନ ଧର୍ମ କରିବା ପରେ ବ୍ରତ ଭାଙ୍ଗନ୍ତୁ । ଓଁ ନମଃ ଶିବାୟ

Leave A Reply

Your email address will not be published.