ଆଜିର ଅନୁଚିନ୍ତା

ତାରିଖ : ୦୨/୦୮/୨୦୨୧,ସୋମବାର

0 284

ବ୍ରହ୍ମାଙ୍କ ସ୍ତବରେ ପ୍ରୀତ ହୋଇ ଶ୍ରୀଭଗବାନ କହିଲେ ,ହେ ସୃଷ୍ଟିକର୍ତ୍ତା ବ୍ରହ୍ମା ! ଏହି ଜଗତର ସମସ୍ତ ପ୍ରାଣୀମାନଙ୍କ ଶରୀରରେ ମୁଁ ଆତ୍ମା ରୂପରେ ବିଦ୍ୟମାନ ଅଟେ। କିନ୍ତୁ ବିଷ୍ଣୁ ମାୟାରେ ମୋହିତ ହୋଇ ଅଜ୍ଞାନତା ବଶତଃ ସଂଶୟ ଚିତ୍ତ ଯୁକ୍ତ ପ୍ରାଣୀ ମୋର ଆତ୍ମା ସ୍ଵରୂପକୁ ସମସ୍ତ ପ୍ରାଣୀ ମାନଙ୍କ ଭିତରେ ଅନୁଭବ କରି ପାରି ନଥାଏ। ଯଦି ଶାରୀରିକ ମାୟା ମୋହ ତ୍ୟାଗ କରି ଭଗବତ୍ ପ୍ରେମରେ ଉଦବୁଦ୍ଧ ହୋଇ ପ୍ରାଣୀ ପ୍ରେମ ଭକ୍ତିରେ ମୋତେ ଭଜନ କରେ ତାହେଲେ ସେ ମୋର ଆତ୍ମ ସ୍ଵରୂପକୁ ଉପଲବ୍ଧି କରି ପାରିଥାଏ। ସମସ୍ତଙ୍କ ଭିତରେ ଆତ୍ମା ରୂପରେ ମୋର ଅବସ୍ଥିତିକୁ ଅନୁଭବ କଲାପରେ ସେ ଆଉ ଶରୀରର ମୋହରେ ପଡ଼ି ସାଂସାରିକ ଦୁଃଖ ଓ ଯନ୍ତ୍ରଣା ଭୋଗ କରି ନଥାଏ।

ଆଜିର ଅନୁଚିନ୍ତା
🦚”ମୁଁ ଲୋକଙ୍କ ନିନ୍ଦା ଆଉ ଅପବାଦ ନୀରବତାର ସହ ଶୁଣେ . କାହିଁକିନା ଉତ୍ତର ଦେବାର ଅଧିକାର କେବଳ ସମୟ ପାଖରେ ହିଁ ଅଛି !!
🦚”ଆପଣ ଚାଲୁ ଥିବା ରାସ୍ତାରେ ଯଦି କେହି ସମସ୍ୟାର ପାହାଡ଼ ଛିଡ଼ା କରୁଛି ତଥାପି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ , କାହିଁକିନା ଏମାନେ ହେଉଛନ୍ତି ସେହି ଲୋକ ଯିଏ ଆପଣଙ୍କୁ ଚାଲିବା ସମୟରେ ଡେଇଁବା ଶିଖାଇ ଦେଉଛନ୍ତି !!
🦚”ପରିବର୍ତ୍ତନ ବିନା ପ୍ରଗତି ସମ୍ଭବ ନୁହେଁ , ଆଉ ଯିଏ ନିଜ ଚିନ୍ନାଧାରା ର ପରିବର୍ତ୍ତନ କରିପାରି ନାହିଁ ସେ କିଛି ବି ପରିବର୍ତ୍ତନ କରିପାରିବ ନାହିଁ !!
🦚”ଜୀବନରେ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ବହୁତ ମଜବୁତ୍ କରିବ . କାହିଁକିନା ଲୁହା ଥଣ୍ଡାରେ ହିଁ ମଜବୁତ୍ ଥାଏ ଆଉ ତାକୁ ଗରମ ଅବସ୍ଥାରେ ଯେପରି ଚାହିଁବେ ସେପରି ଆକାର ଦେଇ ପାରିବେ !!
🦚”ନକାରାତ୍ମକ ପରିସ୍ଥିତିରେ ଥାଇ ମଧ୍ୟ ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ , କାହିଁକିନା ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଦ୍ବାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ !!
🦚”ଉଦ୍ଦେଶ୍ୟ ଯଦି ମହତ ହୋଇଥାଏ ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ବାର୍ଥ ଅତି ତୁଚ୍ଛ ଓ ନଗଣ୍ୟ , କାହିଁକିନା ଆକାଶ ଯେତେ ଉଚ୍ଚ ହୋଇଥାଏ ତାର ସ୍ବଚ୍ଛତା ଓ ଶୁଦ୍ଅତ ସେତେ ଅଧିକ ହୋଇଥାଏ !!
ଆଜିର ନୀତିବାଣୀ
💔”ଅନୁଗତ ପୁତ୍ର ହିଁ ପିତାମାତାଙ୍କର ଆଜ୍ଞା ପାଳନ କରେ !!
💔”ଅନେକ ଲୋକ ମିଶି ଯୁଦ୍ଧ କଲେ ସେମାନଙ୍କୁ ହରାଇବା ସହଜ ହୋଇପାରେ ନାହିଁ !!
💔”ଅନ୍ୟ ଉପରେ ଭରସା କରୁଥିବା ଲୋକ ସଫଳତାର ପ୍ରକୃତ ସ୍ୱାଦ ଚାଖିପାରେ ନାହିଁ !!
💔”ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ପତ୍ନୀ କେବେବି ପ୍ରାଣ ନେଇଯାଇପାରେ ବା ଛାଡି ଚାଲିଯାଇପାରେ !!
💔”ଅନ୍ୟ ହାତକୁ ଚାଲିଗଲେ ଧନ ସହଜରେ ଫେରିଆସେ ନାହିଁ !!
💔”ଅବିବେକୀ ଧନୀ ସହ ସମ୍ପର୍କ ରଖିବା ବୋକାମୀ !!
!!ଓଁ ନମଃ ଶିବାୟ,ଶୁଭ ସୋମବାର,ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ମିନତୀ,ଓଁ ନମଃ ଶିବାୟ!!

Leave A Reply

Your email address will not be published.