ଆଜିର ଅନୁଚିନ୍ତା

  ତାରିଖ:୧୬-୧୦-୨୦୨୨, ଶନିବାର

0 280

୦୧.ବ୍ୟକ୍ତି ସଦା ସଫଳତା ପଛରେ ଦୌଡ଼ିଥାନ୍ତି,କିନ୍ତୁ ସଫଳତା ସଦା ପରିଶ୍ରମ କରୁଥିବା ବ୍ୟକ୍ତି ପଛରେ ଦୌଡ଼ି ଥାଏ।
୦୨.ସଫଳତା ଜଳ ସଦୃଶ୍ୟ ଅଟେ,ଜଳ କୁ ଧରିବା ପାଇଁ ହାତ ମୁଠା ନୁହଁ ବରଂ ହାତ ଆଞ୍ଜୁଳା ର ଆବଶ୍ୟକ ହୁଏ।
୦୩. ବ୍ୟକ୍ତି ଅଂହାଙ୍କର ରେ ଆସି ସଫଳତାକୁ ନିଜ ହାତ ମୁଠାରେ ରଖିବାକୁ ଚାହେଁ,କିନ୍ତୁ ବିବେକୀ ବ୍ୟକ୍ତି, ନିଜ ବିବେକପଣ କାରଣରୁ ସଦା ସମର୍ପଣ ଭାବ ରଖି କର୍ମ କରିଚାଲେ।
୦୪.ଅଳ୍ପ ବୁଦ୍ଧି ରେ ମଧ୍ୟ ଅଧିକ ସଫଳତା ପ୍ରାପ୍ତ କରିହୁଏ।ଏଣୁ ସଫଳତା ପଛରେ ନପଡ଼ି, ନିଜକୁ ସଫଳତା ର ଯୋଗ୍ୟ ବନାନ୍ତୁ,ଦେଖିବେ ସଫଳତା ଆପଣଙ୍କୁ ଦିନେ ନିଶ୍ଚିତ ମିଳିବ।
୦୫.ଯେଉଁ ବ୍ୟକ୍ତି ଜୀବନରେ ସଦା ନିଜକୁ ପରଖି ନିଜ ଭୁଲକୁ ସୁଧାରେ ସେ ଜୀବନର ମାର୍ଗରେ ସଦା ସଫଳ ଓ ସମ୍ନାନ ପ୍ରାପ୍ତି କରିଥାଏ।
୦୬. ଯେଉଁ ବ୍ୟକ୍ତି ସଦା ପର ଦୋଷ ଓ ପର ଅବଗୁଣ ପଛରେ ପଡିଥାଏ, ସେ ସଦା ଅସଫଳ ଓ ଦୁଶ୍ଚିନ୍ତା ରେ ପଡି ,ଦୁଖଃ ଭୋଗ କରିଥାଏ।
➡️ଜଣେ ବୀଜ୍ଞ ପିତା ନିଜ ପିଲାର ପ୍ରତେକ ଗତିବିଧିକୁ ଠିକ ଭାବେ ଠଉରାଇ ପାରିଥାଏ। ଅବଶ୍ୟ ଅନେକ ସମୟରେ କିଛି ନ ଜାଣିବାର ଛଳନା ମଧ୍ୟ କରିଥାନ୍ତି।
➡️ଧନ, ଯୌବନ ଓ ଜୀବନ କେବେ ସ୍ଥାୟୀ ନ ଥାଏ, ତଥାପି ଧନ ଥିଲେ ଲୋକ ଗର୍ବି ହୁଏ, ଯୌବନ ରେ ସ୍ୱାର୍ଥ ପର ହୁଏ, ଜୀବନ ଥିବା ଯାଏ ଲୋଭ କରେ….।
➡️ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି word ନଥାଏ, ନିରବତା ହିଁ ଯଥେଷ୍ଟ ହୋଇଥାଏ ।
ଆଜିର ନୀତିବାଣୀ
➡️”ଜୀବନ ଯାତ୍ରାରେ ପ୍ରଥମେ ନିଜକୁ ଚିହ୍ନ , ତାପରେ ଦୁନିଆରେ କାହାକୁ ଜାଣିବାକୁ ଆବଶ୍ୟକ ପଡିବ ନାହିଁ !!
➡️”ଆଶା ଏବଂ ଆଶାର ଧାରଣା କେବଳ ସେହିମାନଙ୍କ ପାଇଁ ସୃଷ୍ଟି ହୋଇଛି ଯେଉଁମାନେ ନିରାଶ ହୋଇଛନ୍ତି !!
➡️”ବିଶ୍ବାସ, ଆତ୍ମବିଶ୍ବାସ , ଈଶ୍ବରବିଶ୍ବାସ ଯେତେବେଳେ ମରିଯାଏ, ସେତେବେଳେ ” ଅନ୍ଧବିଶ୍ବାସ ” ଜନ୍ମ ନିଏ !!
➡️”ଭଲ ଖାଇଲେ, ଭଲ ପିନ୍ଧିଲେ, ଭଲ ଘରେ ରହିଲେ ଜଣେ ବଡ ହୋଇଯାଏ ନାହିଁ । ଭଲ ଗୁଣ ଓ ଜ୍ଞାନ ଥିଲେ ଜଣେ ବଡ ହୁଏ !!
➡️”ଜୀବନରେ କାହାକୁ କନ୍ଦେଇ ଦାନ ଧର୍ମ କଲେ କିଛିବି ଲାଭ ନାହିଁ ! ଯଦି ଦୁଃଖୀ ମଣିଷଟିଏ ମୁଁହରେ ହସ ଫୁଟେଇ ପାରିଲ ତେବେ ତୁମକୁ ମନ୍ଦିର ଯିବାକୁ ପଡ଼ିବନି !!
ଆଜିର ସୁବିଚାର
➡️”ଯିଏ ତୁମର ଆବଶ୍ୟକ କରେ ନାହିଁ, ତଥାପି ଯିଏ ତୁମ ସହିତ ସମ୍ପର୍କ ବଜାୟ ରଖେ, କେବଳ ଭାଗ୍ୟଶାଳୀ ବ୍ୟକ୍ତି ହିଁ ଏପରି ସମ୍ପର୍କ ପାଇଥାଏ !!”
➡️”ଲକ୍ଷ୍ୟସ୍ଥଳକୁ ଅଧା ବାଟ ଯିବା ପରେ କେବେ ଫେରି ଆସନ୍ତୁ ନାହିଁ … କାରଣ ଯେତେବେଳେ ତୁମେ ଫେରିଆସିବ ତୁମକୁ ପୁଣି ଅଧା ରାସ୍ତା ଅତିକ୍ରମ କରିବାକୁ ପଡିବ ..!!
➡️”ଯେତେବେଳେ ଜ୍ଞାନୀମାନେ ନୀରବ ରୁହନ୍ତି ଏବଂ ଜ୍ଞାନହୀନମାନେ କହିବା ଆରମ୍ଭ କରନ୍ତି ସେତେବେଳେ ଉଭୟ ପରିବାର ଏବଂ ସମାଜ ନଷ୍ଟ ହେବାକୁ ଲାଗିଥାଏ !!
➡️”ଶିକ୍ଷାର ସର୍ବାଧିକ ଶକ୍ତି ଅଛି, ଯାହା ସମଗ୍ର ବିଶ୍ୱକୁ ବଦଳାଇପାରେ !!”
➡️”ଏହି ଦେଶର ସର୍ବୋତ୍ତମ ବୁଦ୍ଧି …… ଶ୍ରେଣୀର ଶେଷ ବେଞ୍ଚରେ ମିଳିପାରିବ !!
➡️”ଜଣେ ଛାତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି ଯେ ସେ ସର୍ବଦା ନିଜ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବା !!
ଆଜିର ଅନୁଚିନ୍ତା
➡️”ଈଶ୍ବରଙ୍କ ଅନୁଗ୍ରହ ଲାଭ କରିବାକୁ ହେଲେ , ଆମକୁ ହୃଦୟଙ୍ଗମ କରିବାକୁ ହେବ ଈଶ୍ବର ହେଉଛନ୍ତି ସର୍ବଘଟବାସୀ ଏବଂ ଆମକୁ ସେହିଅନୁସାରେ କାମ କରିବାକୁ ହେବ !!
➡️”ଧନୀ ଅର୍ଥ ନୁହେଁ ଯେ ଆପଣଙ୍କର ପ୍ରଚୁର ଅର୍ଥ ଅଛି , ଏହାର ଅର୍ଥ ଆପଣଙ୍କ ପାଖରେ ଏପରି କିଛି ରହିବା ଉଚିତ ଯାହା ଟଙ୍କା କିଣି ପାରିବ ନାହିଁ , ଯେଉଁଟା ହେଉଛି ମାନବୀୟ ମୁଲ୍ୟବୋଧ ଯଥା ସତ୍ୟ , ଧର୍ମ , ଶାନ୍ତି , ପ୍ରେମ ଏବଂ ଅହିଂସା !!
➡️”ଜଣେ ନଦୀ କିମ୍ବା ସମୁଦ୍ର ପାର ହେବା ସମୟରେ ଯେପରି ନାବିକଙ୍କ ଉପରେ ସଂପୂର୍ଣ୍ଣ ବିଶ୍ବାସ ରଖେ , ସେହିପରି ଜୀବନ ସମୁଦ୍ର ପାର ହେବାପାଇଁ ଭଗବାନଙ୍କ ଉପରେ ସମାନ ପ୍ରକାରର ବିଶ୍ବାସ ରଖିବା ଉଚିତ୍ !!
➡️”ଜଣେ ବ୍ୟକ୍ତି ନିଜ ଚେହେରା ଦ୍ବାରା ନୁହେଁ ବରଂ ତାଙ୍କର ଦୟା , ପ୍ରେମ , ସମ୍ମାନ , ସଚ୍ଚୋଟତା ଏବଂ ବିଶ୍ବସ୍ତତା ଦ୍ବାରା ଅଧ୍ବକ ଆକର୍ଷଣୀୟ ହୋଇଥାଏ !!
➡️”ମହତ୍ ମଣିଷ ହିଁ ଅନ୍ୟର ମହତ୍ତ୍ବ କୁ ଅଭିନନ୍ଦନ ଜଣାଏ ଏବଂ ଅନ୍ୟର ମହତ୍ତ୍ବକୁ ଆଦର କରିବା ଫଳରେ ଆମ ନିଜ ଭିତରେ ମହତ୍ୱର ବିକଶିତ ହୁଏ !!
🙏ଜୟ ଶ୍ରୀ ରାମ🙏ଓଁ ଶନି ଦେବାୟ ନମଃ🙏 ଶୁଭ ସକାଳ, ଆଜି ଶନିବାର ପାପାଙ୍କୁଶା ଏକାଦଶୀ ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏 ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ

Leave A Reply

Your email address will not be published.