ଆଜିର ରାଶିଫଳ

0 323

ବୈଷ୍ଣବ ସମ୍ମତ ନନ୍ଦୋଉତ୍ସ.୨୦୨୨ ମସିହା ଅଗଷ୍ଟ ମାସ ୨୦ ତାରିଖ (ଶନିବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ତିଥି-ନବମୀ ରା ଘ୧୨/୩୫ ର୍ଯ୍ୟନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୧/୨୯ ,ସୂର୍ଯ୍ୟାସ୍ତ – -ସନ୍ଧ୍ୟା ଘ୦୬/୦୮/୦୭ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ବିଛା ରାଶିର ଘାତଚନ୍ଦ୍ର ,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଲାଉ ଭକ୍ଷଣ ନିଷେଧ ।
ମେଷ-ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ। ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ। କୌଣସି ଧାର୍ମିକ ସ୍ଥଳ ଅଥବା ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ ମିଳିବ।
ବୃଷ-ଶାରୀରିକ ରୂପରେ ଅସୁସ୍ଥ ରହିବାରୁ ଏବଂ କାର‌୍ୟ୍ୟରେ ସଫଳତା ପ୍ରାପ୍ତି କରିବାରେ ବିଳମ୍ବ ହେବାରୁ ଆପଣ ନିରାଶ ହୋଇପାରନ୍ତି। ଆଜି କୌଣସି ନୂଆ କାର୍ଯ୍ୟ ର ଶୁଭାରମ୍ଭ କରନ୍ତୁ ନାହିଁ। ଖାଦ୍ୟ-ପେୟରେ ଉଚିତ ଅନୁଚିତର ବିବେକ ରଖିବେ। ଆଜି କାର୍ଯ୍ୟ ଭାର ଅଧିକ ରହିବ। ସେଥିପାଇଁ ସୁସ୍ଥତା ରହିବ। ଯାତ୍ରାରେ ମଧ୍ୟ ବିଘ୍ନ ଉପସ୍ଥିତ ହେବ। ଭଲ ହେବ, ଯଦି ଆଜି କୌଣସି କାର୍ଯ୍ୟ ପଛରେ ମାନସିକ ସୁଖ ଶାନ୍ତି ନ ନଷ୍ଟକରି ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକତାର ଆଶ୍ରୟ ନେବେ।
ମିଥୁନ-ଆଜିର ଦିନ ଆମୋଦ-ପ୍ରମୋଦରେ ବିତିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ। ମିତ୍ର ଏବଂ ପରିଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁଯାଇ ଆନନ୍ଦ ଉଠାଇ ପାରନ୍ତି। ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେଇ ପାରିବେ ଏବଂ ନୂଆ ବସ୍ତ୍ର ମଧ୍ୟ କ୍ରୟ କରିବେ। ବାହନ ସୁଖ ମଧ୍ୟ ମିଳିବ। ଆପଣଙ୍କ ମାନ-ସମ୍ମାନ ଏବଂ ଲୋକପ୍ରିୟତାରେ ମଧ୍ୟ ବୃଦ୍ଧି ହେବାର ସଂକେତ ଅଛି।
କର୍କଟ- ବ୍ୟବସାୟରେ ଆଜିର ଦିନ ଲାଭ ହେବ। କାର୍ଯ୍ୟାଳୟ ସହିତ କାମ କରୁଥିବା ଲୋକଙ୍କର ସହଯୋଗ ମିଳିବ। ପରିଜନମାନେ ଆପଣଙ୍କ ସହିତ ଆଜି ଆନନ୍ଦ ପୂର୍ବକ ସମୟ ବିତାଇବେ। ମାନସିକ ରୂପରେ ମଧ୍ୟ ଆପଣ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ମିଳିବ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ।
ସିଂହ- ଆଜି ସୃଜନାତ୍ମକତା ଏବଂ କଳା ସମ୍ବନ୍ଧୀତ ପ୍ରବୃତ୍ତିଗୁଡ଼ିକ ପାଇଁ ଦିନ ଶ୍ରେଷ୍ଠ ଅଟେ। ବିଦ୍ୟାର୍ଥୀ ଅଭ୍ୟାସରେ ନିଜର ଭଲ ପ୍ରଦର୍ଶନ କରି ପାରିବେ। ସ୍ନେହୀଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତ ହେବ। ଶାରୀରିକ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ତଥାପି କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଏହାଦ୍ୱାରା ମାନସିକ ଏକାଗ୍ରତା ବନି ରହିବ।
କନ୍ୟା- ଆଜିର ଦିନ ପ୍ରତିକୂଳତାରେ ଭରା ରହିବ। ଶାରୀରିକ ଫୁର୍ତ୍ତିର ଆଜି ଅଭାବ ହୋଇପାରେ ଏବଂ ମାନସିକ ରୂପରେ ମଧ୍ୟ ଚିନ୍ତା ରହିପାରେ। ପତ୍ନୀଙ୍କ ସହିତ କଲହର ପ୍ରସଙ୍ଗ ବନିପାରେ ଅଥବା ମନମାଳିନ୍ୟ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ। ସମ୍ବନ୍ଧିମାନଙ୍କ ସହିତ ମନମାଳିନ୍ୟର ପ୍ରସଙ୍ଗ ବନିପାରେ।
ତୁଳା-ଆଜିର ଦିନ ଆନନ୍ଦରେ ବିତିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ବିଜୟର ସ୍ଵାଦ ପ୍ରାପ୍ତି କରି ପାରିବେ। ସ୍ଵଜନମାନଙ୍କ ସହିତ ଆଜି ଭେଟ ହେବ। ମାନସିକ ରୂପରେ ପ୍ରସନ୍ନତା ବନି ରହିବ। ଧାର୍ମିକ ଯାତ୍ରାରେ ମନରେ ଆନନ୍ଦ ଅନୁଭବ କରିବେ। ସମ୍ବନ୍ଧରେ ଉଠୁଥିବା ଭାବନା ଆପଣଙ୍କ ମନକୁ ଚିନ୍ତାଶୀଳ କରିବ।
ବିଛା-ଆଜି ସ୍ଵାସ୍ଥ୍ୟ ନରମ ରହିପାରେ। ବୈଚାରିକ ମତଭେଦ କାରଣରୁ ମାନସିକ ଚିନ୍ତା ରହିବ। ମଧ୍ୟାହ୍ନ ପରେ ଆପଣ ଶାରୀରିକ ଏବଂ ମାନସିକ ରୂପେ ଅନୁକୂଳତା ଅନୁଭବ କରିବେ। ଅଚାନକ ଧନପ୍ରାପ୍ତିର ଯୋଗ ଅଛି। ବ୍ୟାବସାୟୀମାନଙ୍କୁ ଲାଭ ମିଳିବ। ବୈଚାରିକ ରୂପରେ ନକାରାତ୍ମକତା ଆପଣ ଉପରେ ପ୍ରଭୁତ୍ଵ ନ ଜମାଉ ଏହାର ଧ୍ୟାନ ରଖିବେ।
ଧନୁ-ଆଜି ଧାର୍ମିକ ଯାତ୍ରା ହୋଇପାରେ। ଆପଣ ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକୁ ଆଜି ସଂପନ୍ନ କରି ପାରିବେ। ଶାରୀରିକ ଏବଂ ମାନସିକ ସୁସ୍ଥତା ରହିବ, ଏହାଦ୍ୱାରା ଫୁର୍ତ୍ତି ଏବଂ ପ୍ରସନ୍ନତା ରହିବ। ପରିବାରରେ ମାଙ୍ଗଳିକ ପ୍ରସଙ୍ଗ ବନିବ। ସ୍ଵଜନମାନଙ୍କ ସହିତ ହୋଇଥିବା ସାକ୍ଷାତରେ ମନ ପ୍ରସନ୍ନ ରହିବ। ସାମାଜିକ ରୂପରେ ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।
ମକର-ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ରୁଚି ରହିବାରୁ ସେହି କାର୍ଯ୍ୟଗୁଡ଼ିକ ପଛରେ ବ୍ୟସ୍ତତା ରହିବ ତଥା ତାଙ୍କ ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। କୋର୍ଟ-କଚେରୀ ସମ୍ବନ୍ଧିତ କାର୍ଯ୍ୟ ଉପସ୍ଥିତ ହେବ। ବ୍ୟବସାୟ କାର୍ଯ୍ୟ
ଗୁଡ଼ିକରେ ବିଘ୍ନ ଉପସ୍ଥିତ ହେବ। ସ୍ନେହୀଜନଙ୍କର ପ୍ରତିଷ୍ଠାରେ ହାନି ହେବ। ଶାରୀରିକ ଫୁର୍ତ୍ତି ତଥା ମାନସିକ ପ୍ରସନ୍ନତାରେ ଅଭାବର ଅନୁଭବ ହେବ।
କୁମ୍ଭ-ଆଜିର ଦିନ ଲାଭଦାୟୀ ଅଟେ। ଭାଗ୍ୟ ବହୁତ ସାଥୀ ଦେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପାଇଁ ଆଜି ଲାଭଦାୟୀ ଦିନ ଅଟେ। ମିତ୍ରମାନଙ୍କ ସହିତ ଭେଟ ହେବାରୁ ମନରେ ଆନନ୍ଦ ରହିବ। ତାଙ୍କ ସହିତ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ। ନୂଆ କାର୍ଯ୍ୟ ର ଶୁଭାରମ୍ଭ ଆପଣଙ୍କ ପାଇଁ ଲାଭଦାୟୀ ରହିବ। ବିବାହ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବିବାହ ସମ୍ବନ୍ଧିତ ଆୟୋଜନ ହୋଇପାରେ।
ମୀନ-ବ୍ୟବସାୟ ଦୃଷ୍ଟିରେ ଆଜି ଆପଣଙ୍କପାଇଁ ଲାଭ ଦାୟୀ ଦିନ ଅଟେ। ଆପଣଙ୍କ କାର୍ଯ୍ୟ ସଫଳତାର କାରଣରୁ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟବସାୟରେ ଉତ୍ଥାନର ମଧ୍ୟ ଯୋଗ ଅଛି। ବ୍ୟାପାରିମାନଙ୍କୁ ବ୍ୟାପାରରେ ଲାଭ ହେବ ତଥା ତାଙ୍କର କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ମଧ୍ୟ ହେବ। ପିତାଙ୍କଠାରୁ ଲାଭ ହେବ। ପରିବାରର ବାତାବରଣ ଆନନ୍ଦଦାୟୀ ରହିବ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।
ନିତୀବାଣୀ-ଗଛରୁ ଗୋଟିଏ ଡାଳ ଭାଙ୍ଗିଗଲେ ଗଛ କଣ ଭାଙ୍ଗିପଡେ?
ତୁମକୁ ଜଣେ ଖରାପ କହିଲା ତୁମେ କଣ ଖରାପ ଯଦି ଦୁନିଆ ତୁମକୁ ଖରାପ କହେ ତୁମେ ଖରାପ କାହିଁକି ନା ଖରାପ ହେବା ପାଇଁ ଗୋଟିଏ ମିନିଟ୍ ସମୟ ଲାଗେ -କିନ୍ତୁ -ଭଲ ହେବା ପାଇଁ ବର୍ଷ ବର୍ଷ ସମୟ ଲାଗେ
✡ବାସ୍ତୁ ଟିପ୍ପଣୀ✡ ଚପଲ ପିନ୍ଧିକି ଘର ଭିତରକୁ ପ୍ରବେଶ କରିବା ଉଚିତ କି?
ଆଜିକା ସମୟରେ ମଣିଷ ନିଜକୁ ଆଧୁନିକ କରିବାରେ ଏତେ ହଜି ଯାଇଛି ଯେ କଣ ଠିକ ଆଉ କଣ ଭୁଲ ତାକୁ କିଛି ଜଣା ପଡୁ ନାହିଁ ।
ତେବେ ଆଗ କାଳରେ ଲୋକ ଯାହା ମାନୁଥିଲେ ତାହା କିଛି ବ୍ୟର୍ଥ ନଥିଲା କାହିଁକିନା ଆଜିକା ସମୟରେ ବୈଜ୍ଞାନିକ ରୂପରେ ମଧ୍ୟ ସେହି ଜିନିଷର ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି । ତେବେ ଆମ ଧାର୍ମିକ ମାନ୍ୟତା ଅନୁଯାଇ ଜୋତା ଚପଲ ଘର ବାହାରକୁ ରଖିବା ଉଚିତ ହୋଇଥାଏ ଏହା ବିଷୟରେ ଆଜି ଆମେ ଆପଣଙ୍କୁ କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ବହୁତ ଆବଶ୍ୟକ ଅଟେ ।
୧. ଶାସ୍ତ୍ର ଅନୁଯାଇ ଆଗ ସମୟରୁ କୁହାଯାଇଛି ଯେ ବାହାରୁ ପିନ୍ଧିକି ଆସିଥିବା ଚପଲ ବ ଜୋତା ପିନ୍ଧି ଘରକୁ ଯିବା ଅଶୁଭ ହୋଇଥାଏ କାହିଁକିନା ମଣିଷ କେତେଆଡେ ବୁଲିଥାଏ ଆଉ କେତେକ ନକାରାତ୍ମକ ଊର୍ଜା ତାଙ୍କ ଚପଲ ବା ଜୋତାରେ ଲାଗିଥାନ୍ତି ତେବେ ଏହି ଜୋତା ବା ଚପଲ ପିନ୍ଧି ଘରକୁ ଯିବା ପାପ ଲାଗି ଥାଏ ,କାହିଁକିନା ଆମେ ଆମ ଘରେ ଭଗବାନଙ୍କୁ ସ୍ଥାନ ଦେଇଥାଉ ।
ତେବେ ଯେଉଁ ଘରେ ନକାରାତ୍ମକ ଊର୍ଜା ବାସ ହୋଇଥାଏ ସେହି ଘରେ ଭଗବାନ ବାସ କରନ୍ତି ନାହିଁ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେତେବେଳେ ଆମେ ଘର ବାହାରେ ଚପଲ ବା ଜୋତା ପିନ୍ଧିକି ଯାଇଥାଉ ସେଥିରେ କେତେ ପ୍ରକାର ଜୀବାଣୁ ଲାଗିଥାନ୍ତି ତେବେ ଏହି ଜୀବାଣୁ ଆମ ଘର ଭିତରେ ପଶିଲେ ଆମ ଛୁଆ ଆଉ ବଡ ମାନଙ୍କୁ ରୋଗିଣା କରିଥାନ୍ତି ସେଥିପାଇଁ ଚପଲ ଜୋତା ଘର ଭିତରେ ରଖିବା ଉଚିତ ହୋଇନଥାଏ ।
୨. ଘରେ କେବେ ବି ଫଟା ପୁରୁଣା ଜୋତା ରଖିବା ଉଚିତ ହୋଇନଥାଏ ସେଥିପାଇଁ ସାବଧାନ ହୋଇ କାମ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ବାସ୍ତୁ ଦୋଷ ଉତପନ ହୋଇଥାଏ ଆଉ ଆପଣଙ୍କ ଜୀବନରେ ବହୁତ କିଛି ଖରାପ ହବାକୁ ଲାଗିଥାଏ । ତେବେ ଖଟ ତଳେ ଜୋଟା ଚପଲ ରଖି କେବେ ବି ସୋଇବେ ନାହିଁ ନଚେତ ଆପଣଙ୍କୁ ବହୁତ ଖରାପ ଖରାପ ସ୍ଵପ୍ନ ଆସିଥାଏ କାହିଁକିନା ଦୂଷିତ ଆତ୍ମା ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ।
୩. ବହୁତ ଲୋକଙ୍କର କୌଣସି ସମାରୋହ ବା ମନ୍ଦିରରୁ ଚପଲ ବା ଜୋତା ଚୋରୀ ହୋଇଥାଏ, ତେବେ ମନ ଦୁଃଖ କରନ୍ତୁ ନାହିଁ ଏହା ବହୁତ ଶୁଭ ସଂକେତ ଅଟେ ଆପଣଙ୍କ ଉପରେ ବହୁତ ବଡ ସଙ୍କଟ ଥିଲା ଯାହା ଟଳି ଯାଇଛି । ଏହା ଛଡା ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୂର ହୋଇଯିବ । ଏହା ଛଡା ଯଦି ବାରମ୍ବାର ଏମିତି ହେଉଛି ବା ବାରମ୍ବାର ଆପଣଙ୍କ ଚପଲ ଜୋତା ଛିଡୁଛି ତେବେ ଏହା ଆପଣଙ୍କ ପାଇଁ ଖରାପ ସମୟ ଚାଲିଛି ବୋଲି ଜାଣିବେ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟମାଯୋଗମାୟା!!

 

 

Leave A Reply

Your email address will not be published.