ଆଜିର ରାଶିଫଳ

0 212

୨୦୨୩ ମସିହା ଫେବୃଆରୀମାସ ୨୬ତାରିଖ ରବିବାର,ବିଜୟାସପ୍ତମୀ, ଅକ୍ଷୟା ସ୍ନାନ ଯୋଗ।ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୨/୪୧ ,ସୂର୍ଯ୍ୟାସ୍ତ- ଘ୫/୪୬/୫୩ ,ଫାଲ୍ଗୁନ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି-ସପ୍ତମୀ ରାତ୍ରି ଘ୧୨/୪୯ମିପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର- କୃତ୍ତିକା ନିଶାନ୍ତ ଘ୫/୪୫ମିପର୍ଯ୍ୟନ୍ତ ତଦନ୍ତେ ରୋହିଣୀ। ଅଗନ୍ତବ୍ୟତିଥି, ବିଷ୍ଟିକରଣ, ବୈଧୃତିଯୋଗ ଓ ମଙ୍ଗଳଯୁକ୍ତଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବାଘ୧୦/୫୩ମିପର୍ଯ୍ୟନ୍ତ ଯାତ୍ରାଶୁଭ। ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତ କୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୧୦/୫୩ମି ପରେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ମେଷରାଶିର ଦିବା ଘ୧୦/୫୩ମି ପରେ ବିଛାରାଶିର ଘାତଚନ୍ଦ୍ର।ଘାତବାର–ମେଷ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା- ଦିବା ଘ୧୦/୩୧ମି ରୁ ଘ୧/୨୬ମି ମଧ୍ୟେ।କାଳରାତ୍ରି-ରାତ୍ରି ଘ୧/୩୧ମି ରୁ ଘ୩/୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ-ପ୍ରାତଃଘ୬/୫୯ମିରୁ ଦିବାଘ୧୦/୧୧ମି ମଧ୍ୟେ, ରାତ୍ରି ଘ୭/୨୪ମି ରୁ ଘ୯/୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ସୂର୍ଯ୍ୟୋଦୟରୁ ଦିବା ଘ୬/୫୯ମି ମଧ୍ୟେ, ଘ୧/୨୩ମି ରୁ ଘ୨/୧୧ମି ମଧ୍ୟେ, ସଂନ୍ଧ୍ୟା ଘ୬/୩୬ମି ରୁ ରାତ୍ରିଘ୭/୨୪ମି ମଧ୍ୟେ, ଘ୧୨/୧୨ମି ରୁ ଘ୩/୨୪ମି ପର୍ଯ୍ୟନ୍ତ।ସୁବର୍ଣ୍ଣ ଓ ହଳଦିଆବସ୍ତ୍ର ଦାନ। ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ)। ଶାନ୍ତି କରଣୀୟ।
ମେଷ-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।
ବୃଷ-ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ-ଆଜିକିଛି ନୂଆ ଅନୁଭବ କରି‌ବେ। ପଇସା ଯେମିତିଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣବ୍ୟକ୍ତିଙ୍କ ସହିତ ସାକ୍ଷାତହେବ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତସମୟରେ ସାବଧାନତା ଅବଲମ୍ବନକରନ୍ତୁ।
କର୍କଟ-ଦିନଟି ଆପଣଙ୍କଲାଗି ସବୁଦୃଷ୍ଟିରୁ ଭଲ। ଆପଣଙ୍କଜୀବନରେ କିଛି ନୂଆ ପରିବର୍ତ୍ତନଆସିବ। ବିଦେଶରେ ଚାକିରିପାଇଁ ପ୍ରୟାସ କରୁଥିବାବ୍ୟକ୍ତିଙ୍କୁ ଶୁଭସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କଲାଗି ଦିନଟି ଲାଭପ୍ରଦହେବ।
ସିଂହ-ମାଆଦୁର୍ଗାଙ୍କ କୃପାଦୃଷ୍ଟି ଆପଣଙ୍କଉପରେ ରହିଛି। ସଫଳତାରଶିଖର ଆଡ଼କୁ ଅଗ୍ରସର ହେବେ। ଆୟବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟପ୍ରତି ଟିକେ ଧ୍ୟାନ ଦିଅନ୍ତୁ।
କନ୍ୟା-ନିଜର ମିଷ୍ଟବ୍ୟବହାରରେ ସବୁକାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ଦାୟିତ୍ବ ଦେବେ। ନୂଆନୂଆ ଲୋକଙ୍କସହିତ ଯୋଗାଯୋଗହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା-ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣଭୂମିକା ନିର୍ବାହକରିବେ। ଆପଣଙ୍କୁ କେହି ବନ୍ଧୁତାରହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ଡିଲ୍ କରିପାରନ୍ତି। ବାହନ କିଣିବାଲାଗି ମନବଳିବ।
ବିଛା-ଊର୍ଜାରସ୍ତର ଉଚ୍ଚାରହିବ।କୌଣସିକାର୍ଯ୍ୟକୁ ନୂଆକରି ମୂଳରୁ ଆରମ୍ଭକରିବେ। ରାଜନୀତିକ୍ଷେତ୍ରରେ ଥିବାବ୍ୟକ୍ତିଙ୍କୁ ଲାଭମିଳିବ। ଆଇନକାନୁନମାମଲାର ସହଜରେ ସମାଧାନର ବାଟ ଫିଟିବ।
ଧନୁ-ଆର୍ଥିକଲାଭ ପାଇଁ ଭଲଦିନଟିଏ। କୌଣସିକାମରୁ ଯଥେଷ୍ଟଲାଭ ପାଇବେ। ମହିଳାମାନେ ଜରୁରୀଜିନିଷପତ୍ର କିଣିବାଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର-ପରିବାରରେ ଏକତା ଓ ପ୍ରେମବଢ଼ିବ। ସ୍ଥଗିତଥିବା କାମ ପୂରାକରିବାରେ ସହଯୋଗୀଙ୍କ ସହଯୋଗମିଳିବ। ଆର୍ଥିକସ୍ଥିତି ପୂର୍ବଅପେକ୍ଷା ମଜଭୁତହେବ। ପ୍ରିୟ ବନ୍ଧୁଙ୍କସହିତ ସମ୍ବନ୍ଧରେ ମଧୁରତା ଆସିବ।
କୁମ୍ଭ-ପିତାଙ୍କ କହିବାମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତାମିଳିବ। ବିଦେଶରେ ବ୍ୟବସାୟ କରୁଥିବାବ୍ୟକ୍ତିବିଶେଷ ଆଜି ବଡ଼ଡିଲ୍ କରିବେ। ପଇସାକୁନେଇ କାହାରି ସହିତ ବିବାଦହୋଇପାରେ। ଦାମ୍ପତ୍ୟଜୀବନରେ ସାମଞ୍ଜସ୍ୟ ବଜାୟରହିବ।
ମୀନ-ଆଧାତ୍ମିକଭାବନାରେ ସମୟବିତିବ। ବିଭିନ୍ନକ୍ଷେତ୍ରରେ ଜ୍ଞାନଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରିସମ୍ବନ୍ଧୀୟ ଖୁସି ଖବର ମିଳିବ।

ନିତୀବାଣୀ-ସମୟ, ସମ୍ପର୍କ , ସାଙ୍ଗ ଆଉ ସ୍ବାସ୍ଥ୍ୟର ଜବଗ୍ଧର ଲେଖାନଥାଏ, କିନ୍ତୁ ହରାଇବାପରେ ଏ ସବୁର ଠବକ୍ଷଙ୍କର ଜଣାପଡ଼ିଥାଏ ।
ବାସ୍ତୁ ଟିପ୍ପଣୀ-ଜାଣିଛନ୍ତିକି ପୂଜାରେ କାହିଁକି ବ୍ୟବହାରହୁଏ ଗୋଗୁଳଧୂପ, ଜାଣନ୍ତୁ ଏହାର ଚମତ୍କାରିତାଗୁଣ ବିଷୟରେ…
ପ୍ରତ୍ୟେକ ହିନ୍ଦୁପରିବାରରେ ଦୈନନ୍ଦିନପୂଜାରେ ବିଭିନ୍ନପ୍ରକାରର ସାମଗ୍ରୀ ବ୍ୟବହୃତ ହୁଏ । ଏହାସହିତ ଅନେକପ୍ରକାରର ସୁଗନ୍ଧିତ ଧୂପଦୀପ ମଧ୍ୟ ଜଳାଯାଏ ।ଏସବୁ ଭିତରେ ଗୋଗୁଳଧୂପର ଅଧିକ ମହତ୍ୱରହିଛି । ଗୋଗୁଳଧୂପ କେବଳ ବାୟୁମଣ୍ଡଳକୁ ସୁଗନ୍ଧିତ କରେନାହିଁ, ବରଂ ଏହାର ବହୁ ଔଷଧୀୟଗୁଣ ମଧ୍ୟରହିଛି । ତେବେ ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ ବିଷୟରେ-
ଚାପରୁମୁକ୍ତି ପ୍ରଦାନକରେ:-ଗୋଗୁଳଧୂପ ଜଳାଇବାର ଅନେକଲାଭ ଅଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏହା ପରିବାରରେ ସୃଷ୍ଟିହେଉଥିବା ଟେନସନକୁ ହ୍ରାସ କରିଥାଏ ।ଏହା ମଧ୍ୟ ସ୍ୱାମୀ ଏବଂ ସ୍ତ୍ରୀମଧ୍ୟରେ ସୃଷ୍ଟି ହେଉଥିବା ବିଭେଦକୁ ଦୂର କରିଥାଏ ।
ନକାରାତ୍ମକତାକୁ ଦୂରରେ ରଖିଥାଏ:-ଘରେ ଗୋଗୁଳଧୂପ ଜାଳିବାଦ୍ୱାରା ସମସ୍ତ ନକାରାତ୍ମକଶକ୍ତି ପର୍ଯ୍ୟନ୍ତ ଲଗାଇବାଦ୍ୱାରା ସମସ୍ତ ନକାରାତ୍ମକଶକ୍ତି ପଳାଇଯାଏ ଏବଂ ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ।
ଅନେକପ୍ରକାରର ତ୍ରୁଟିରୁ ମୁକ୍ତିପାଇବେ:-ଅନେକଥର ରାଶିଫଳର ଯେକୌଣସି ଗ୍ରହ ହେତୁ ବସ୍ତୁଦୋଷ ଉତ୍ପନ୍ନ ହୁଏ । ଯେଉଁକାରଣରୁ ଅନେକପ୍ରକାରର ବିଫଳତା ଘଟେ । ଏହିପରିସ୍ଥିତିରେ ଗୋଗୁଳଧୂପର କିଛିପ୍ରୟୋଗ କରିବାଦ୍ୱାରା ଅନେକପ୍ରକାରର ସମସ୍ୟାର ସମାଧାନ ହେବ ।
ରୋଗରୁ ରକ୍ଷାକରେ:-ଗୋଗୁଳ କେବଳ ଜ୍ୟୋତିଷଗୁଣରେ ପରିପୂର୍ଣ୍ଣନୁହେଁ ବରଂ ଏହାର ଔଷଧୀୟଗୁଣ ମଧ୍ୟ ଅଛି, ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ । ବର୍ଷାଋତୁରେ ଏହାକୁ ବ୍ୟବହାର କରିବାଦ୍ୱାରା ଅନେକପ୍ରକାରର କ୍ଷତିକାରକଜୀବାଣୁ ବିସ୍ତାର ହୁଏ ନାହିଁ ଏବଂ ବାୟୁରେଥିବା ଜୀବାଣୁ ମଧ୍ୟ ଏହାଦ୍ୱାରା ନଷ୍ଟ ହୋଇଯାଏ । ମାନସିକ ଥକାପଣ ଦୂର କରିବାରେ ଏହା ମଧ୍ୟ ଉପଯୋଗୀ ।
ଆଜିର ଦିନଟି ମଙ୍ଗଳମୟ ହେଉା !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.