ବାରଙ୍ଗରେ ହମ୍ପସ ସାଜୁଛି କାଳ

ନୀରବରେ କୋଠା ଓ ରାସ୍ତା ବିଭାଜନ

0 260

ବାରଙ୍ଗ,୨୮/୧୧(ଏସଏସନିଉଜରାସ୍ତାରେ ହମ୍ପସଥିବା ସ୍ଥାନରେ ସୁଚନାଫଳକ କିମ୍ବା ଧଳା ଚିହ୍ନ ଦିଆଯାଇନଥିବାରୁ ସୋମବାର ସକାଳେ ଦୁଇଟି କାର ମଧ୍ୟରେ ଧକ୍କାହୋଇଛି ।ଏଥିରେ ଗୋଟିଏ କାରରେ ଥିବା ବରସମେତ ୫ଜଣ ଓ ଅନ୍ୟଏକ କାରରେ ଥିବା ୩ଜଣ ସାମାନ୍ୟ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ କଟକ ଅଭିମୁଖେ ଓଡ଼ି୦୫ପି୧୮୮୧ନଂକାରରେ ବିବାହପାଇଁ ବର ଯାଉଥିବାବେଳେ କୃଷ୍ଣଶରଣପୁର ଗ୍ରାମ ବାଉଁଝୋରି ମନ୍ଦିର ନିକଟରେ ରାସ୍ତାରେ ହମ୍ପସ ଥିବା ଜାଣିନପାରି ଚାଳକ ହଠାତ ବ୍ରେକ ମାରିଥିଲେ।ଠିକ୍ ସେହି ସମୟରେ ପଛରୁ ଆସୁଥିବା ଓଡ଼ି୦୨ବିଡବଲ୍ୟୁ୦୧୦୯ନଂକାରଟି ବର ଗାଡ଼ିଟିକୁ ଧକ୍କା ଦେଇଥିଲା ।ଯାହାଫଳରେ ଉଭୟଗାଡି କ୍ଷତିଗ୍ରସ୍ଥ ହୋଇଥିଲା ।ପୋଲିସ ଘଟଣାସ୍ଥଳରେ ପହଁଚି ଉଭୟଗାଡିକୁ ଜବତ କରିଥାନାକୁ ନେଇଥିଲା ।ବାରଙ୍ଗକୁ କଟକକୁ ସଂଯୋଗ କରୁଥିବା ତ୍ରିଶୁଳିଆସେତୁ ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟକ ଯାନବାହାନ ଯାତାୟାତ କରୁଛନ୍ତି ।ଏହିଜନଗହଳିପୁର୍ଣ ରାସ୍ତାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ମଧ୍ୟ ଘଟୁଛି। ରାସ୍ତାପାଶ୍ୱର୍ରେ ବାଲିଜମିରହିବା ଓ ମୁଖ୍ୟରାସ୍ତାର ସମ୍ବେଦନଶୀଳ ସ୍ଥାନମାନଙ୍କରେ କୌଣସି ସୂଚନା ଫଳକ ନଲାଗିବା, ହମ୍ପସ ପୂର୍ବରୁ ଧଳାରଙ୍ଗର ଲେପ ଦିଆନଯିବା ଦୁର୍ଘଟଣାର ମଖ୍ୟକାରଣ ବୋଲି ଜଣାପଡିଛିାଏସବୁସତ୍ୱେ କୋଠା ଓରାସ୍ତା ବିଭାଜନ ବିଭାଗ ନୀରବଦ୍ରଷ୍ଟା ଅଧିକାରୀମାନଙ୍କର ଖାମଖିଆଲ ମନୋଭାବର କୁପରିଣାମ ବୋଲି ଚର୍ଚ୍ଚା ଯୋର ଧରିଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.