ବିପଦରେସଙ୍କୁଳ ଅବସ୍ଥାରେ ରେଳବାଇ ସୁରକ୍ଷାବାଡ

0 198

ବାରଙ୍ଗ,୨୮/୧୧(ଏସଏସନିଉଜ)ବାରଙ୍ଗଥାନା ନିକଟସ୍ଥ ରେଳବାଇ ଓଭରବ୍ରିଜର ସୁରକ୍ଷାବାଡ଼ଟି ଅଜଣାଗାଡି ଧକ୍କାରେ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହି ରାସ୍ତାଉପରକୁ ଢଳି ରହିଥିବାରୁ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟିକରିବାକୁ ଯାଉଛି ।ରବିବାରବିଳମ୍ବିତ ରାତିରେ କୌଣସି ଏକ ଅଜଣାଗାଡି ଏହି ସୁରକ୍ଷାବାଡଟିକୁ ଧକ୍କାଦେଇଥିବାରୁ ଏହାର ଅଧାଅଂଶ ଭାଙ୍ଗି କଟକ-ଭବନେଶ୍ବର ମୁଖ୍ୟରାସ୍ତ। ଉପରକୁ ଅତି ବିପଦସଂଙ୍କୁଳ ଅବସ୍ଥାରେ ଝୁଲିରଛି ।ଏହାକେତେବେଳେ ଯେ,ତଳେ ପଡିବ ତାହା କହିବା କଷ୍ଟସାଧ୍ୟ ହୋଇଥିବାବେଳେ ଏହା ସାଧାରଣଲୋକଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରିଥିବାର ଦେଖିବାକୁ ମିଳିଛି ।ବାରଙ୍ଗ ରାସ୍ତାଏବେ ଜନବହୁଳରାସ୍ତାଭାବେ ପରିଚିତ ହୋଇଥିବାବେଳେ ପ୍ରତ୍ୟହ କଟକ-ଭୁବନେଶ୍ବର ଓ ଖୋର୍ଦ୍ଧା ଆଦି ଅଂଚଳକୁ ହଜାରହଜାର ପଥଚାରୀ ଠାରୁ ଆରମ୍ଭକରି ସ୍କୁଲକଲେଜ ପିଲାମାନେ ଯାତାୟତ କରିଥାନ୍ତି । ତେଣୁ କେତେବେଳେ କୌଣସି ପରିସ୍ଥିତିରେ ଏକ ଧରଣର ଅଘଟଣ ଘଟିବାରେ ଏଡ଼ାଇ ଦିଆଯାଇ ନପାରେ। ଏହାକୁ ତୁରନ୍ତ ମରାମତିକରିବାକୁ ସାଧାରଣରେ ଦାବୀ ହେଉଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.