ବାରୁଦ କାଢି ଖେଲିବା ବେଳେ ଘଟିଲା  

0 195

ଭଦ୍ରକ, ୧୦/୭(ଏସଏସନିଉଜ) ଅଫୁଟା ବାଣରୁ ବାରୁଦ କାଢି ଖେଳିବା ବେଳେ ବିସ୍ଫୋରଣ ହେବାରୁ ଜଣେ ନବାଳକ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଆହତ ହୋଇଥିବା ନାବାଳକ ହେଉଛନ୍ତି ରାଜୁ ମଳିକଙ୍କ ପୁଅ ଶିବା । ଏହି ଘଟଣା ତିହିଡି ବ୍ଲକ ଅଧିନସ୍ଥ କାଁପଡା ଗ୍ରାମରେ ଘଟିଛି । ବାହାଘରରେ ଫୁଟା ଯାଇଥିବା ବାଣରୁ କିଛି ବାଣ ଅଫୁଟା ରହିଯାଇଥିଲା । ଏହି ଅଫୁଟା ବାଣରୁ ବାରୁଦ କାଢି ଖେଳିବାବେଳେ ଅଘଟଣ ଘଟିଥିଲା ।

Leave A Reply

Your email address will not be published.