ଭୁବନେଶ୍ବରରେ ବଢ଼ିଲା କଟକଣା

0 359

ଭୁବନେଶ୍ୱର, ୧୧/୭(ଏସ୍‌ଏସ୍‌ନିଉଜ) ସଂକ୍ରମଣ ବଢୁଥିବାରୁ ଭୁବନେଶ୍ବରରେ କଟକଣା କଡ଼ାକଡ଼ି କରିଛି ବିଏମ୍‌ସି ।ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ କରିବା ପାଇଁ ମନା କରାଯାଇଛି ।ଏହାସହ ଦୋକାନୀ ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କୌଣସି ସପିଂ ମଲ୍, ଦୋକାନ ଭିଡ଼ ନ କରିବାକୁ ମଧ୍ୟ କଡ଼ା ତାଗିଦ୍ କରାଯାଇଛି ।ଏହାସହ ବିଏମସି କମିସନର ସମ୍‌ହସ୍ପିଟାଲ ପରିଦର୍ଶନ କରିବାସହ ସମ୍ ହସ୍ପିଟାଲରେ କୋରୋନା ରୋଗୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବିଏମସି କମିଶନର ।

Leave A Reply

Your email address will not be published.