ଦଶହରା ପୁର୍ବରୁ ଘରୁବାହାର କରନ୍ତୁ ୬ଟିଜିନିଷ ନଚେତ କାଙ୍ଗାଳ ହେବେ?

0 368

ଦୁର୍ଗାପୂଜା ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ୬ଟି ଜିନିଷ ନହେଲେ କାଙ୍ଗାଳ ହୋଇଯିବେ ।ପର୍ବପର୍ବାଣୀ ସମୟରେ ସମସ୍ତେ ନିଜ ଘରକୁ ଓ ପରିବେଶକୁ ସଫାସୁତୁରା ରଖିବାକୁ ପ୍ରୟାସ କରିଥାନ୍ତି।ଶାସ୍ତ୍ର ଅନୁସାରେ କୁହାଯାଇଛି କି ଯେଉଁ ଘରେ ଭଲଭାବରେ ସଫାସୁତୁରା ଓ ପରିଷ୍କାର ପରିଚ୍ଛନ୍ନ ହୋଇଥାଏ, ସେହି ଘରକୁ ଦେବୀ ଲକ୍ଷ୍ମୀ ଆଗମନ କରିଥାନ୍ତି। ଦଶହରା ଆରମ୍ଭ ହେବା ପୂର୍ବରୁ ଯଦି ଆପଣମାନେ ନିଜ ଘରକୁ ସଫାସୁତୁରା ଓ ପରିଷ୍କାର ପରିଚ୍ଛନ୍ନ ରଖିଲେ, ତାହେଲେ ଆପଣଙ୍କୁ ନିବେଶ ଧନଲାଭ ହେବାର ଯୋଗ ରହିଛି। ତେଣୁ ଆପଣଙ୍କୁ ଘରସଫା କରିବା ସମୟରେ ବିଶେଷ ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଭଳି କଲେ ଘରୁ ନକାରାତ୍ମକ ପ୍ରଭାବ ଦୂର ହୋଇଯାଇ ଆପଣଙ୍କ ଜୀବନ ସୁଖମୟ ଅତିବାହିତ ହେବ। ତେଣୁ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖୁଥିବା ସମୟରେ ଏହି ୬ଟି ଜିନିଷକୁ ଘରୁ ବାହାର କରି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଘର ଉପରେ ସକାରାତ୍ମକ ଶକ୍ତିର ପ୍ରଭାବ ରହିବ। ଆପଣଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ।
ଦଶହରା ସମୟରେ ଘର ସଫା କରୁଥିବା ବେଳେ ଯଦି ଆପଣ ଭଙ୍ଗା କାଚ ଦେଖିବାକୁ ପାଇଲେ ତାହେଲେ ତୁରନ୍ତ ତାହାକୁ ଘରୁ ବାହାର କରି ଦିଅନ୍ତ ।ଭଙ୍ଗା କାଚ ଘରେ ରହିଲେ ଆପଣଙ୍କର ମାନସିକ ଦୁଶ୍ଚିନ୍ତା ବଢ଼ିଥାଏ। ଆପଣ କୌଣସି ଶୁଭ କାର‌୍ୟ୍ୟରେ ସଫଳତା ପାଇବାରୁ ବଞ୍ଚିତ ହୋଇ ଯାଇଥାନ୍ତି। ଆପଣମାନେ ସାଧାରଣତଃ ଖରାପ ଘଣ୍ଟାକୁ ଘରେ ରଖିବା ଉଚିତ ନୁହେଁ, ଏହାଦ୍ବାରା ଘରର ପରିବେଶ ସର୍ବଦା ଅଶାନ୍ତିରେ ରହିଥାଏ ଏବଂ ପରିବାରର ସଦସ୍ୟ ମାନେ କୌଣସି କାର‌୍ୟ୍ୟରେ ସଫଳ ହୋଇ ପାରନ୍ତି ନାହିଁ। ଯଦି ଆପଣଙ୍କ ଘରେ ଭଙ୍ଗା ଖଟ ବା ଫର୍ଣିଚର ରହିଛି, ଏହାଦ୍ବାରା ଆପଣଙ୍କର ବୈବାହିକ ଜୀବନରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ପତିପତ୍ନୀଙ୍କ ମଧ୍ୟରେ ସର୍ବଦା ବିବାଦ ଲାଗି ରହିଥାଏ। ତେଣୁ ଘର ସଫା କରିବା ସମୟରେ ଭଙ୍ଗା ଖଟ ଆଦିକୁ ଘରୁ ବାହାର କରି ଦିଅନ୍ତୁ।ଯଦି ଘରେ କିଛି ଭଙ୍ଗା ଫଟୋ ରହିଛି, ତେବେ ଏହାଦ୍ବାରା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଭଙ୍ଗା ଫଟୋ ଆଦି ଆପଣ ଘରୁ ବାହାର କରି ଦିଅନ୍ତୁ। ଯଦି ଆପଣ ଘରର ଠାକୁର ଘରେ ପୁରୁଣା ମାଟି ଦୀପ ବ୍ୟବହାର କରୁଛନ୍ତି, ତେବେ ସମ୍ପୂର୍ଣ୍ଣ ଭୁଲ ଅଟେ। ଏହାକୁ ତୁରନ୍ତ ଫୋପାଡି ଦିଅନ୍ତୁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।ଏହାପରେ ନୂଆ ଦୀପ ଆଣି ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ଯଦି ଆପଣଙ୍କ ଘରର ଫାଟକ ଭାଙ୍ଗି ଯାଇଛି ତାହେଲେ ଏହାକୁ ମଧ୍ୟ ବଦଳେଇ ଦିଅନ୍ତୁ। ନଚେତ ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।ଯଦି ଆପଣ ଏହିସବୁ ବିଷୟରେ ବିଶେଷ ଧ୍ୟାନ ଦେବେ ତାହେଲେ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ଆଗମନ କରିବେ।

 

Leave A Reply

Your email address will not be published.