ଗୋ ବ୍ୟାକ୍ ମୋଦୀ’ ଲେଖି ଫସିଲେ ଅଭିନେତ୍ରୀ

0 335

ସକାଳର ଖବର ତାରିଖ ୧୬/୦୨/୨୦୨୧,ମଙ୍ଗଳବାର
୧-ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ବିପିୟୁଟି ପରିସର‌ରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର କରିବେ।
୨-ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି ପବିତ୍ର ବସନ୍ତ ପଞ୍ଚମୀ‌ରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି।
୩-ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ପରାମର୍ଶ : ଦିନକୁ ୧୪ ଘଣ୍ଟା ପାଠ ପଢ଼ ।କରୋନା ମହାମାରୀ ‌ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ପ୍ରଥମଥର ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ କିଭଳି ଭଲ ସଫଳତା ପାଇପାରିବେ, ସେନେଇ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ ଆଲୋଚନା କରିବା ପାଇଁ କୁହାଯାଇଛି।
୪-ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ଦୁଇ ଗୁଣ ବୃଦ୍ଧି, ବର୍ଷକୁ ମିଳିବ ୨୦୦ କୋଟି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।
୫-ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ: ଉନ୍ନୟନମୂଳକ କାମର ନକ୍ସା ଜାରି କଲେ ପ୍ରଶାସନ
୬-୧୭ ଓ ୧୮ରେ ରାଜ୍ୟରେ ବର୍ଷା,ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
୭-ଚୁଲିରେ କିରୋସିନ୍ ଢ଼ାଳି ନିଆଁ ଲଗାଇବା ବେଳେ ଜଳିଗଲେ ମହିଳା। କେନ୍ଦୁଝର ସଦର ଥାନା ଗୁହାଳଚଟୁଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
୮-ବିହାର ରାଜଧାନୀ ପାଟନାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୫ । ତେବେ ଲୋକେ ଆତଙ୍କରେ ଘରୁ ପଦାକୁ ବାହାରି ଆସିଥିବା ଜଣାପଡିଛି।
୯-ମହାରାଷ୍ଟ୍ରରେ ପୁଣି ଲାଗୁ ହେବ ଲକ୍ ଡାଉନ୍ ! ସରକାର ନେଇପାରନ୍ତି କଠୋର ନିଷ୍ପତ୍ତି ।
୧୦-ବାଲେଶ୍ବର ଜିଲ୍ଲା ସେରଗଡ଼ ଛକ ପାଲଟିଛି ମରଣଯନ୍ତା, ଦୈନିକ ଦୁର୍ଘଟଣାର ଶିକାର ହେଉଛନ୍ତି ଅନେକ ଯାତ୍ରୀ ।
୧୧-ଅର୍ଥ ହେର୍‌ଫେର୍ ମାମଲାରେ ବନ୍ଧା ହେଲେ ବଲିଉଡ୍‌ର ଜଣାଶୁଣା ଅଭିନେତା ତଥା ଜଣାଶୁଣା ବ୍ୟବସାୟୀ ସଚିନ୍ ଜୋସି ।
୧୨-ଭାରତର କୂଟନୀତି ଓ ଦୃଢତା ଆଗରେ ମୁଣ୍ଡ ନୁଆଁଇଲା ଚୀନ, ପଛକୁ ହଟିଲା ପିଏଲଏ, ଉଖାଡିଲା ତମ୍ବୁ, ଭାଙ୍ଗିଲା ନିର୍ମାଣ କରିଥିବା ଢାଞ୍ଚା ।
୧୩-“ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କଡା ନିର୍ଦେଶ” ଯଦି କୌଣସି ବି ପୋଲିସକର୍ମୀ ଡ୍ୟୁଟି ସମୟରେ ମଦ ପିଇଥିବା ଧରା ପଡନ୍ତି ତେବେ ତାଙ୍କୁ ତତ୍କାଳ ଚାକିରିରୁ ବହିଷ୍କାର କରାଯିବ ବୋଲି କହିଛନ୍ତି ।
୧୪-‘ଗୋ ବ୍ୟାକ୍ ମୋଦୀ’ ଲେଖି ଫସିଲେ ଅଭିନେତ୍ରୀ ଓଭିୟା ହେଲେନ, ଓଭିୟାଙ୍କ ବିରୋଧରେ ଏତଲା ଦେଲା ତାମିଲନାଡୁ ବିଜେପି । ଓଭିୟାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।
୧୫-ଆତ୍ମହତ୍ୟା କଲେ ଏମ ଏସ୍ ଧୋନୀ- ଅନଟୋଲ୍ଡ ଷ୍ଟୋରୀର ସୁଶାନ୍ତଙ୍କ କୋ-ଷ୍ଟାର ସନ୍ଦୀପ ନାହାର। ମୁମ୍ବାଇ ପୋଲିସ ଅନୁସାରେ ସନ୍ଦୀପ ମୁମ୍ବାଇର ଗୋରେଗାଉଁ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
୧୬-ଚୀନ୍‌ର ନୂଆ ଆଇନ ବଢ଼ାଇଲା ନାଗରିକଙ୍କ ଚିନ୍ତା, ବଢ଼ୁଛି ଛାଡପତ୍ର ସଂଖ୍ୟା। ନୂଆ ଆଇନରେ ଛାତପତ୍ର ଆଉ ପୂର୍ବ ଭଳି ଏତେ ସୁବିଧାଜନକ ନୁହେଁ। ଏଣୁ ପାରିବାରିକ ଜୀବନକୁ ନେଇ ଅସନ୍ତୁଷ୍ଟ ଲୋକେ ଏବେ ଛାଡପତ୍ର ଆବେଦନ କରିବାରେ ଲାଗିଛନ୍ତି।
୧୭-ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବ ନିଜର ନାମ ପରିବର୍ତ୍ତନ କରିଛି। ଏବେ ନୂତନ ସିଜିନ୍‌ରେ ଦଳ ‘ପଞ୍ଜାବ କିଙ୍ଗ୍ସ’ ନାମରେ ପରିଚିତ ହେବ।
ଶୁଭ ସକାଳ,ସୁପ୍ରଭାତ,ଆଜି ପବିତ୍ର ଶ୍ରୀପଞ୍ଚମୀ, ଘରେ ଘରେ ପୂଜା ପାଇବେ ମା’ ବୀଣାପାଣି ।

Leave A Reply

Your email address will not be published.