ତ୍ରିଶୁଳୀଆ ଛକରେ ଟାୟାର ଜାଳି ରାସ୍ତାରେ ବସିଲେ କଂଗ୍ରେସ କର୍ମୀ

0 224

ବାରଙ୍ଗ୧୫/୨(ଏସଏସନିୟୁଜ):ସୋମବାର ଦିନ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା।ସକାଳ ୭ ଟା ରୁ ଅପରାହ୍ନ ୨ ଟା ପର‌୍ୟ୍ୟନ୍ତ ସମଗ୍ର ଓଡ଼ିଶା ରେ ବନ୍ଦ ପ୍ରଭାବ ପଡ଼ିଥିଲା।ସେହିପରି ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନ୍ କଂଗ୍ରେସ ର କର୍ମୀମାନେ ତ୍ରିଶୁଳୀଆ ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରିବା ସହ କେନ୍ଦ୍ର ସରକାରଙ୍କ ଜନମାରଣ ନିତୀ ବିରୁଦ୍ଧରେ ‌ଶ୍ଲୋଗାନ ଦେଇଥିଲ।ଫଳରେ ବାରଙ୍ଗ ଭାୟା କଟକ ଭୁବନେଶ୍ବର ଓ ବାରଙ୍ଗ ଭାୟା ବାଙ୍କୀ ବାଲିକୁଦା ମୁଖ୍ୟ ରାସ୍ତାରେ ଯାନାବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ଏହି ସମୟ ମଧ୍ୟରେ ଅଞ୍ଚଳର ସମସ୍ତ ସ୍କୁଲ,କଲେଜ,ସରକାରୀକାର୍ଯ୍ୟଳୟ , ଦୋକାନ ବଜାର ଆଦି ବନ୍ଦ ରହିଥିଲା।କଂଗ୍ରେସ କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଭାବରେ ଓଡ଼ିଶା ବନ୍ଦକୁ ସମାପ୍ତ କରିଥିଲେ।(ଗୌତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.