ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ

0 85

ରାଉରକେଲା,୨ା୧୦(ଏସଏସନିଉଜ) ଉଦିତନଗର ଥାନା ଏଏସଆଇ ଏଲିସା ଲୁଗୁନ ମୃତ୍ୟୁ ଘଟଣାକୁ ନେଇ ଆଜି ତାଙ୍କ ସ୍ୱାମୀ ସଞ୍ଜୟ ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।ଏହାସହ ମୃତକଙ୍କପରିବାରଲୋକ ଡାକ୍ତରଖାନାରେ ପହଞ୍ଚି ମୃତ୍ୟୁ ଘଟଣାର ନିରକ୍ଷେପ ତଦନ୍ତ ଦାବି କରିଛନ୍ତି। ଯେ ପର‌୍ୟ୍ୟନ୍ତ ନ୍ୟାୟ ନ ମିଳିଛି ରାଉରକେଲା ସରକାରୀ ଡାକ୍ତରଖାନାରୁ ଶବ ନ ନେବାକୁ ସେ ଚେତାବନୀ ଦେଇଛନ୍ତି। ଗତକାଲି ଉଦିତନଗର ଆରଏମସି ଅଫିସ ନିକଟରେ ବସ୍ ଓ କାର୍ ଧକ୍କାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଚାଲିଥିବା ମାଡ଼ପିଟ୍‌ସ୍ଥଳକୁ ଉଦିତନଗର ଥାନାର ମହିଳା ଏଏସ୍‌ଆଇ ଏଲିସା ଲୁଗୁନ ଗଣ୍ଡଗୋଳ ନିୟନ୍ତ୍ରଣ କରିବାକୁ ଯାଇଥିଲା ବେଳେ ତାଙ୍କର ମୃତ୍ୟୁ ହୋଉଥିଲା।

 

Leave A Reply

Your email address will not be published.