ଖସିଗଲା ଛେଳିଚୋର

0 219

ବାରଙ୍ଗ,୧୫/୧୦(ଏସଏସନିୟୁଜ) କାଠଯୋଡି ନଦୀପଠାରେ ଚରୁଥିବା ଛେଳିକୁ ଧରାପଡିବାଭୟରେ ଛେଳିକୁ ଛାଡି ଯୁବକ ଜଣଙ୍କ ଫେରାର ହୋଇଯାଇଛନ୍ତି ।ତେବେ ଏହି ଯୁବକଜଣଙ୍କୁ ଧରିବାକୁ ଯାଇ ଅଗ୍ନିଶମବାହିନୀର କର୍ମଚାରୀମାନେ ନୟାନ୍ତ ହୋଇଛନ୍ତି ।କିନ୍ତୁ ଛେଳିଚୋର କୈାଶଳକ୍ରମେ ଫେରାର ହୋଇଯାଇଥିବାବେଳେ ମୃତ ଛେଳିକୁ ନେଇ ଅଗ୍ନିଶମବାହିନୀ ଫେରିଛି ।ଏହି ଘଟଣା ବାରଙ୍ଗଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରକାସ ଯେ, ବାରଙ୍ଗଥାନା ଅଧିନସ୍ଥ ବେଂଟକାରପଡାଗ୍ରାମର ପ୍ରଭାତିସ୍ୱାଇଁ ନାମକ ମହିଳା ଶନିବାର ଅପରାହ୍ନରେ କାଠଯୋଡିନଦୀପଠାରେ ଛେଳି ଚରାଉଥିଲେ ।ଏହି ସମୟରେ ବ୍ରାହ୍ମଣୀଗାଁଭୋଇସାହିର ଜଣେ ଯୁବକ ଛେଳିଗୋଠରୁ ଏକ ଛେଳିକୁ କାଠଯୋଡି ନଦୀକୁ ନେଇ ବୁଡାଇ ମାରିଦେଇଥିଲେ ।ଏହି ଘଟଣାଦେଖିବାପରେ ଛେଳିଜଗୁଥିବା ମହିଳା ଚିକ୍ତାର କରି ଯୁବକଙ୍କ କାମକୁ ବିରୋଧ କରିଥିଲେ ମଧ୍ୟ ଯୁବକଜଣଙ୍କ ଶୁଣିନଥିଲେ ।ନିରୁପାୟ ହୋଇ ମହିଳାଜଣଙ୍କ ସହାୟତା ପାଇଁ ଜୋରେପାଟିକରି ଗ୍ରାମବାସୀମାନଙ୍କୁ ଡାକ ପକାଇଥିଲା ।ଏହାଜାଣି ଯୁବକଜଣଙ୍କ ଛେଳିକୁ ନେଇ ନଦୀଭିତରକୁ ପଳାଇଯାଇଥିଲା ।ଧିରେଧିରେ ଦେଖଣାହାରୀଙ୍କ ଭୀଡ ଲାଗିବାକୁ ଆରମ୍ଭ ହୋଇଥିଲା ।ଦେଖଣାହାରୀ ଯେତେଡାକିଥିଲେ ସୁଦ୍ଧା ଯୁବକଜଣଙ୍କ ନଦୀଭିତର ଆଡକୁ ଛେଳିକୁ ନେଇ ଯାଉଥିଲେ ।ଯୁବକ ଜଣଙ୍କ ନଦୀରସୁଅପାଖରେ ପହଚିବାରୁ ଜୀବନର ସୁରକ୍ଷା ନେଇ ଅଗ୍ନଶମବାହିନୀକୁ ଦେଖଣାହାରୀାନେ ଖବର ଦେଇଥିଲେ ।ଅଗ୍ନିଶମବାହିନୀର କର୍ମଚାରୀମାନେ ଆସି ଉକ୍ତ ଯୁବକକୁ କୁଳକୁ ଫେରିଆସିବାକୁ କହିବାପରେ ସେ ଶଣିନଥିଲା । ବାଧ୍ୟହୋଇ କର୍ମଚାରୀମାନେ ନଦୀଭତରକୁ ଯିବାପରେ ଯୁବକଜଣଙ୍କ ନଦୀରୁ ଉଠି ସିଡିଏଆଡେ ବାଲିରେ ଦୈାଡିଦୈାଡିପଳାଇଥିଲା ।ନିରାଶହୋଇକର୍ମଚାରମାନେ ମଲାଛେଳିକୁ ଆଣି ମହିଳାଙ୍କୁ ଦେଇଥିଲେ ।ଅନ୍ୟପଟେ ମହିଳାଜଣଙ୍କ ଏବିଷୟରେ ଲିଖିତ ଅଭିଯୋଗ କରିବାପରେ ବାରଙ୍ଗପୋଲିସ ଛେଳିଚୋରକୁ ଧରିବାପାଇଁ ଉଦ୍ୟମ ଆରମ୍ଭ କରିଛି ।(ଦିପକନାୟକଙ୍କରିପୋର୍ଟ)

Leave A Reply

Your email address will not be published.