ମାଘ ମାସରେ ବାଘ ଶୀତ

ସକାଳର ଖବର , ତାରିଖ ୨୮/୦୨/୨୦୨୧,ରବିବାର

0 273

ମାଘ ମାସରେ ବାଘ ଶୀତ
୧-ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଗତକାଲି ଅପରାହ୍ଣ ୩ଟାରେ ମଧ୍ୟାହ୍ନଧୂପ ଶେଷ ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯାଇଥିଲା।
୨-ରାଜଧାନୀର ୨୨ ହସ୍ପିଟାଲରେ ମିଳିବ ଟିକା, ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଅଭିଯାନ । ବିନା ପଞ୍ଜୀକରଣରେ ଟିକା ମିଳିବନି, ସରକାରୀ ହସ୍ପିଟାଲରେ ମାଗଣା, ଘରୋଇ ହସ୍ପିଟାଲରେ ‌୨୫୦/- ।
୩-ମାଘ ମାସରେ ବାଘ ଶୀତ,ରାଜଧାନୀ ତାପମାତ୍ରା ୪୦.୬ଂ ଛୁଇଁଲା, ଆହୁରି ପ୍ରଖର ହେବ ଗ୍ରୀଷ୍ମ ପ୍ରକୋପ । ପ୍ରଥମ ପାଞ୍ଚ ତତଲା ଜିଲ୍ଲା ଭିତରେ ଓଡ଼ିଶାର ୩ସ୍ଥାନ । ୮ ଜିଲ୍ଲାକୁ ସତର୍କ କଲା ପାଣିପାଗ କେନ୍ଦ୍ର ।
୪-ଖୋଲିବ ଯାତ୍ରା ମଞ୍ଚ: ସର୍ବାଧିକ ୨ ହଜାର ଲୋକଙ୍କୁ ଅନୁମତି ।
୫-ନନ୍ଦନକାନନରେ ଗ୍ରୀଷ୍ମ ପ୍ରକୋପ : ଛାଇ ଖୋଜିଲେଣି ବନ୍ୟପ୍ରାଣୀ ।
୬-ମାର୍ଚ୍ଚ ପାଇଁ କରୋନା ନିର୍ଦେଶାବଳୀ ଜାରି : ଜିଲାପାଳ କରିବେ ଆବଦ୍ଧାଞ୍ଚଳ ଘୋଷଣା ।
୭-ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଆ ଜାତିର ବଡ ପରିଚୟ ହେଉଛନ୍ତି ଜଗନ୍ନାଥ ।
୮-ଅମ୍ବାନୀଙ୍କ ଘର ଆଗରୁ ସନ୍ଦିଗ୍ଧ କାର ଜବତ ଘଟଣା । କ୍ରାଇମବ୍ରାଂଚକୁ ମିଳିଲା ଠୋସ ପ୍ରମାଣ । ସିସିଟିଭି ଫୁଟେଜରୁ ମିଳିଲା ସ୍କୋର୍ପିଓ ଡ୍ରାଇଭର ଫଟୋ ।
୯-Fastag ଟୋଲ କଲେକ୍ସନରେ ରେକର୍ଡ, ଦୈନିକ ଜମା ହେଉଛି ୧୦୪ କୋଟି ଟଙ୍କା ଶୁଳ୍କ ।
୧୦-ଜୀବନ ସାଥି ହେଲେ ପଦ୍ମା ଏବଂ ରବୀନ୍ଦ୍ର । ଏଚ୍‌ଆଇଭି ସଂକ୍ରମିତ ଯୁବକଯୁବତୀଙ୍କ ବିବାହ: କନ୍ୟାଦାନ କଲେ ଜିଲ୍ଲାପାଳ, ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ ।
୧୧-ଏବିପି ନ୍ୟୁଜ୍ ସି-ଭୋଟର ଓପିନିଅନ୍ ପୋଲ : ବେଙ୍ଗଲରେ ପୁଣି ମମତା ସରକାର ।
୧୨-ଆସନ୍ତା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ଫୋକସରେ ପୂର୍ବାଞ୍ଚଳ । ଆସାମ ଓ ପଶ୍ଚିମବଙ୍ଗ ଦଖଲ ପାଇଁ ଦଳ କରୁଛି ପ୍ରସ୍ତୁତି ।
୧୩-ନିର୍ବାଚନ ପୂର୍ବରୁ ଆସାମରେ ବିଜେପିକୁ ଝଟକା: BPF ଏନଡିଏରୁ ଅଲଗା ହୋଇ କଂଗ୍ରେସ ସହିତ ମିଳାଇଲା ହାତ ।
୧୪-ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଏଲ.ଓ .ସି (LOC) ରେ ସଂଘର୍ଷ ବିରାମର ନିଷ୍ପତିକୁ ସ୍ୱାଗତ କାରିଲେ ।
୧୫-ଆଜିଠାରୁ ଓଡ଼ିଶା ମହିଳା ଫୁଟବଲ ଲିଗ୍ : ଭାଗନେବେ ୬ ଦଳ,୩୦ ଲିଗ୍ ମ୍ୟାଚ । ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ କ୍ୟାପିଟାଲ ହାଇସ୍କୁଲ ଖେଳ ପଡ଼ିଆରେ ଖେଳାଯିବ।
୧୬-ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ଶେଷ ମ୍ୟାଚ୍ ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.