ଯାଜପୁର,୨୬ା୧୨(ଏସଏସନିଉଜ)ମଦ୍ୟପ ପୁଅ ରାଗିଯାଇ ବାପାର ନାକ କାମୁଡ଼ି ଛିଡ଼ାଇ ଦେବାସହ ଦୁଇଜଣ ପଡ଼ୋଶୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।ଏହିଭଳିଘଟଣା ଯାଜପୁରରୋଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମରେ ଘଟିଛି । ବିଭୂତି ପ୍ରଚୁର ମଦ୍ୟପାନକରି ଘରକୁ ଫେରି ପଡ଼ୋଶୀଙ୍କୁ ଗାଳିଗୁଲଜ କରିଥିଲା।ଏହିଘଟଣାକୁ ବାପାଶତ୍ରୁଘ୍ନ ବିରୋଧ କରିବାରୁ ଉତ୍କ୍ଷିପ୍ତ ହୋଇ ପୁଅ ବିଭୂତି ବାପାଙ୍କୁ ମାଡ଼ ମାରି ନାକକୁ କାମୁଡ଼ି ଦେଇଥିଲା। ଏହାସହ ୨ଜଣ ପଡୋଶୀଙ୍କୁଆକ୍ରମଣ କରି ରକ୍ତାକ୍ତ କରିଥିଲା। ପୋଲିସ ଏକ ମକଦ୍ଦମାରୁଜୁ କରି ବିଭୂତିକୁ ଗିରଫକରି କୋର୍ଟଚାଳଣ କରିଛି ।
