ରାତି୭ଟାର ଜିଲ୍ଲା ହାଲଚାଲ ସଂକ୍ଷେପରେ,ତାରିଖ : ୨୯-୦୧-୨୦୨୧

0 290

ଭୁବନେଶ୍ବର-ଓଡିଶାରୁ ମଧ୍ୟପ୍ରଦେଶକୁ ଫେରିଯିବା ବାଘୁଣୀ ସୁନ୍ଦରୀ ,ଏନେଇ ମଧ୍ୟପ୍ରଦେଶ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକୀୟା ସୂଚନାଦେଲେପି PCCF !!
ଯାଜପୁର : ୬ମାସ ହେଲା ଯାଜପୁରର କୁନି ଝିଅ ପିହୁର ମିଳୁନି ପତ୍ତା । ପୁଲିସଠୁ ନିରାଶ ହେବା ପରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ବାସଭବନ ଆଗରେ ପରିବାର ଲୋକଙ୍କ ଧାରଣା !!
ମାଲକାନଗିରି : ବହୁ ଚର୍ଚ୍ଚିତ ମାଲକାନାଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା : ରହସ୍ୟ ଖୋଜିବାକୁ ତଦନ୍ତ କରିବ କ୍ରାଇମବ୍ରାଂଚ..! ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଟୁଇଟ କରି ସୁଚନା ଦେଲେ ପୋଲିସ ଡ଼ିଜି !!
ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୨ ଚକିଆ ଟ୍ରକ୍ ର ହେଲପରଙ୍କ ଜ୍ୟାକ୍ ରଡ୍ ଆକ୍ରମଣରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି !!
ଯାଜପୁର : ପାଲ ତଳେ ଦଶରଥପୁର ବ୍ଲକର ପାଲଟପୁର ପଂଚାୟତ, ଗରିବ ହିତାଧିକାରୀଙ୍କୁ ମିଳୁନାହିଁ ଆବାସ ଯୋଜନାରେ ପକ୍କା ଘର; ଭଙ୍ଗା ଚାଳ ଘରେ ପଲିଥିନ୍ ଟାଣି ମୁଣ୍ଡ ଗୁଂଜିଛନ୍ତି ଲୋକେ !!
ଭିତରକନିକା : ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା ଜାତୀୟ ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି। ଚଳିତମାସ ୧୫ ରୁ ୨୩ ତାରିଖ ଯାଏ ବନବିଭାଗ ପକ୍ଷରୁ କରାଯାଇଥିବା କୁମ୍ଭୀର ଗଣନା ରିପୋର୍ଟ ଏହି ତଥ୍ୟ କହୁଛି !!
ରାଉରକେଲା : ରାଉରକେଲା ଜିଏସଟି ଠକେଇରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ, ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର କିଛି କର୍ମଚାରୀଙ୍କ ନାଁରେ ଅଭିଯୋଗ..! ଜାଲି ଦସ୍ତଖତ ଓ ନକଲି ଖାତା ଖୋଲି ଚଳୁ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା; ଥାନାରେ ଏତଲା !!
ସୁନ୍ଦରଗଡ଼ : ଖୋଲିଲା ଟୋକନ୍ ସ୍କାମର ଗୁମର, ଜିଲ୍ଲା ପ୍ରଶାସନର ତନାଘନା ପରେ ସାମ୍ନାକୁ ଆସିଲା ସତ; ଜାଲିଆତି କରି ଟୋକନ ହାତେଇ ମାଲାମାଲ ହେଉଥିଲେ ଦଲାଲ ଓ ସରକାରୀ ବାବୁ..!ମହୁଲପାଲି ଲାମ୍ପସ୍ ଏମଡି ସସପେଣ୍ଡ !!
ପଟ୍ଟାମୁଣ୍ଡାଇ : ଧାନଖଳାରେ ନିଆଁ ଲାଗି ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଓକିଳପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି !!
ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ବସ୍, ୩ ଯାତ୍ରୀ ଗୁରୁତର, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି !!
କେନ୍ଦ୍ରାପଡ଼ା : ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତର ସମିତିସଭ୍ୟ ସନ୍ତୋଷ କୁମାର ମହାନ୍ତିଙ୍କ ବାସଭବନରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପୁରୀ ଜିଲ୍ଲାରେ ରାଜସ୍ବ ନିରୀକ୍ଷକ ଥିବା ସନ୍ତୋଷଙ୍କ ଭାଇ ବସନ୍ତ କୁମାର ମହାନ୍ତି ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି !!
କଟକ : ଜିଓ ନମ୍ବର ରିଚାର୍ଜ କଥା କହି ଲକ୍ଷେ ୯୪ ହଜାର ଲୁଟି ନେଇଥିଲେ ସାଇବର‌୍ ଅପରାଧୀ କ୍ଷ ପରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ଫେରି ପାଇଲେ ଲକ୍ଷେ ୭୬ ହଜାର !!
ଯାଜପୁର : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟଚାଲାଣ କଲା କୁଆଖିଆ ଥାନା ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ହାଜର !!
ଯାଜପୁର : ଯାଜପୁର କୁଆଖିଆ ଥାନା ଦିଆଲଖଣ୍ଡରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ କଲେ ଅନୁଧ୍ୟାନ କ୍ଷ ପୋଲିସ ସହ କଥାହୋଇ ମାମଲାର ଛାନଭିନରେ ଗତି ଦେବାକୁ କହିବେ ମହିଳା କମିଶନ !!
କଳାହାଣ୍ଡି : ହାତୀର ଉନ୍ମତକାଣ୍ଡ ରାସ୍ତାରେ ଗଛ ଡାଳ ପକାଇ ୨ ଘଣ୍ଟା କଲା ଅବରୋଧ, ଅଟକିରହିଲା ଯାନବାହାନ !!
ବାଲେଶ୍ବର : ଠେଙ୍ଗା ପାହାରରେ ଝିଆରୀର ମୃତ ଘଟଣାରେ ଗିରଫ ହେଲେ ଦମ୍ପତ୍ତି । ସଦର ଥାନା ପୋଲିସ ଗୁରୁବାର ଉଭୟଙ୍କୁ ଗିରଫ କରିଛି । ଗିରଫ ଦମ୍ପତ୍ତି ହେଲେ ବାବୁ ନାୟକ ଓ ଲତା ନାୟକ !!
ମୟୂରଭଞ୍ଜ : ଜୁଇରୁ ଉଦ୍ଧାର ହେଲା ଅଧାପୋଡା ମୃତଦେହ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖପରାସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ସନ୍ଧ୍ୟାରେ ଉଜ୍ଜ୍ୱଳ ଗାଗରାଇ ନାମକ ଜଣେ ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କୁ କିଏ ହତ୍ୟା କରିଥିବା ପୋଲିସକୁ କିଏ ଜଣେ ସୂଚନା ଦେଇଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା !
କଟକ : କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ସିଡବ୍ଲୁସି ଅଧିକାରୀ ଏନେଇ ଖବର ପାଇବା ପରେ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏହ ଶିଶୁକୁ କିଏ କାହିଁକି ବିକ୍ରି କରୁଥିଲା ସେ ନେଇ ତଦନ୍ତ ଚାଲିଛି !!
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ସିକୁନ୍ ମାଝି ଏବଂ ଗୋପାଳ ଦଳେଇ ନାମକ ଦୁଇଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ !!
ଆସିକା : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଶିଶୁ ହେଲେ ରାଜା ଓ ଶୁଭମ୍‌। ଉଭୟଙ୍କ ବୟସ ୧୧ ବର୍ଷ ହେବ ବୋଲି ଜଣାପଡ଼ିଛି !!
ପୁରୀ : ପୁରୀର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବସନ୍ତ ମହାନ୍ତିଙ୍କ ବାସଭବନ ଓ ସରକାରୀ କାର‌୍ୟ୍ୟାଳୟ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ !!
କେନ୍ଦୁଝର : ତେଲକୋଇ ବୃଦ୍ଧ ଦମ୍ପତିଙ୍କୁ ମିଳୁ ନାହଁ ଭତ୍ତା ଟଙ୍କା, ସରକାରୀ ଯୋଜନା ବାଟମଣା !!
ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆହୁରି ୧୨୨୪ଟି ମାମଲା ସକ୍ରିୟ ରହିଛି। ଚିହ୍ନଟ ହୋଇଥିବା ୭୦ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୨ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୮ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି !!
ଢେଙ୍କାନାଳ : କାରଖାନା ଭିତରେ ଦନ୍ତା ହାତୀ । କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏପରି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା ଷ୍ଟିଲ କାରଖାନା ପରିସରକୁ ଆଜି ଏକ ଦନ୍ତା ହାତୀ ପଶି ଯାଇଥିବା ଦେଖିବାକୁ ମିଳିଛି !!
ବ୍ରହ୍ମପୁର : ଗଞ୍ଜାମ ଭଞ୍ଜନଗରରେ ଉଦ୍ଧାର ବାଘର ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ବାଘର ମୃତଦେହ ବ୍ୟବଚ୍ଛେଦ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ଘୁମୁସର ଡିଏଫଓ । ବୁଗୁଡାଠାରେ ମୃତ ବାଘର ବ୍ୟବଚ୍ଛେଦ କରାଯିବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି !!
ଆଠଗଡ : ଆଠଗଡରେ ଗଢ଼ି ଉଠିଛି ଏକାଧିକ ଶିଳ୍ପାନୁଷ୍ଠାନ, ସ୍ଥାନୀୟ ନିଯୁକ୍ତି ଦାବିରେ ରାଷ୍ଟ୍ରୀୟ ଜୟହିନ୍ଦ ପାର୍ଟି ପକ୍ଷରୁ ବିକ୍ଷୋଭ !!
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ମାମଲାରେ ପୋଲିସ ଆକ୍ସନ ନେଇଛି । ସହିଦନଗର ଥାନା ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସମ୍ବଲପୁରର ଅଖିଳେଶ କୁମାର ଯାଦବ (୨୬) ଓ ପୁରୀ ସଦର ଥାନା ଅଞ୍ଚଳର ମନୋରଞ୍ଜନ ସ୍ୱାଇଁ (୨୫) !!
ଭୁବନେଶ୍ୱର : ସାଢ଼େ ୫ ବାଜିଲେ ମହିଳା କର୍ମଚାରୀଙ୍କୁ ଅଫିସ୍ ଛାଡ଼ିବାକୁ ଜାରି ହେଲା ନିର୍ଦ୍ଦେଶନାମା !!
ଭୁବନେଶ୍ୱର : ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା, ବଜ୍ରପାତ ସହ ରହିଛି ଘନ କୁହୁଡ଼ିର ସମ୍ଭାବନା !!
ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ ଜାରି; ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର !!
ପୁରୀ : ଆଜି ପୁରୀ ସମୁଦ୍ରରେ ଅଘଟଣ..! ଜୁଆରରେ ଭାସିଯାଇଥିବା ୭ ପର୍ଯ୍ୟଟକଙ୍କ ଭିତରୁ ୬ ଉଦ୍ଧାର, ଜଣେ ନିଖୋଜ !!
ଭୁବନେଶ୍ୱର : ଫେବ୍ରୁୟାରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ଲକ୍ଷ୍ୟ, ପଛରେ ପଡିଥିବା ଭୁବନେଶ୍ୱର ଓ ୮ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ତାଗିଦ୍ , ଡେଡଲାଇନ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ଶହେ ପ୍ରତିଶତ ଟିକାକରଣ ପାଇଁ ନିର୍ଦ୍ଦେଶ !!
ମାଲକାନଗିରି : ଚୋରାଚାଲଣ ହେଉଥିବା ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇ ହଟହଟା ବନକର୍ମଚାରୀ, ୧୬ ଜଣ କର୍ମଚାରୀଙ୍କୁ ଗୋଡାଇ ପିଟିଲେ ମାଲକାନଗିରି ନାମକୋଣ୍ଡା ଗାଁ ଲୋକେ , ଗ୍ରାମବାସୀଙ୍କ ପଥର ମାଡରେ ରେଂଜରଙ୍କ ସମେତ ୭ କର୍ମଚାରୀ ଆହତ !!
କୋରାପୁଟ : ଶିକ୍ଷୟିତ୍ରୀଙ୍କୁ ଟଙ୍କା ମାଗି ନକଲି ମାଓବାଦୀ ଗିରଫ । କୋରାପୁଟ ଜିଲ୍ଲା ସୁନାବେଡା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି କାକିରିଗୁମା ପୋଲିସ । ଗିରଫ ଜଣଙ୍କ ହେଲେ ନରେନ୍ଦ୍ର କୁମାର ବାଘ !
କଟକ : ଡକାୟତି ଯୋଜନା ପଣ୍ଡ । ଯୋଜନା କରୁଥିବା ବେଳେ ୫ ଜଣକୁ ଗିରଫ କଲା କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ମାଛ ପରିବହନ କରୁଥିବା ଗାଡିକୁ ଡକାୟତି କରିବାକୁ ଯୋଜନା କରୁଥିଲେ ଏମାନେ । ବିଦ୍ୟାଧରପୁର ତେଲି ସାହି ଅଞ୍ଚଳରୁ ୫ ଜଣକୁ ଗିରଫ କରିଛି ପୋଲିସ !!
ବଲାଙ୍ଗୀର : ଦାମୀ ଗାଡିରେ ଗଞ୍ଜେଇ ଚାଲାଣ, ୫ ଅଭିଯୁକ୍ତ ଗିରଫ..! ୩୮ କିଲୋ ଗଞ୍ଜେଇ ଜବତ !!
ଖଲ୍ଲିକୋଟ : ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଛତ୍ରପୁର ବିଧାୟକ । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନୀ ମଣ୍ଡଳୀର ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା !!
ଫୁଲବାଣୀ : ବୟସ ବଢ଼ୁଛି, ଯନ୍ତ୍ରଣା ବଢ଼ୁଛି୧୧ ବର୍ଷ ହେଲାଣି ଆଖିପତା ପଡ଼ୁନି, ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଭୋଗୁଛି ସିଦ୍ଧାନ୍ତ..! ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ଗୁହାରୀ କଲେ ଅସହାୟ ବାପାମା !!
ଭୁବନେଶ୍ୱର : କଥାକାର ଅଖିଳ ମୋହନଙ୍କ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ‘ମତ୍ସ୍ୟଗନ୍ଧା’ର କଥନ ଓ ଦୃଶ୍ୟାୟନ ଜାନୁଆରି ୩୧ରେ !!
ସୁନ୍ଦରଗଡ଼ : ପିଲାମାନଙ୍କର ସୁରକ୍ଷା ଲାଗି ସୁନ୍ଦରଗଡ଼ ପୁଲିସ ‘ଆମ ଖୁସି ଆମ ସୁରକ୍ଷା’ ନାମରେ ଏକ ପ୍ରକଳ୍ପର ଶୁଭାରମ୍ଭ କରିଛି। ଏହି ପ୍ରକଳ୍ପରେ ଆଜି ରାଜଗାଙ୍ଗପୁର ପୁଲିସ ଷ୍ଟେସନ ପରିସରରେ ପ୍ରଥମ ପୁଲିସ ଷ୍ଟେସନକୁ ଡିଆଇଜି କବିତା ଜଲାନ ଉଦଘାଟନ କରିଛନ୍ତି !!
ଭୁବନେଶ୍ୱର : ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ୍, ୨୬ ତାରିଖ ରାତିରେ ଭୁବନେଶ୍ୱର ଗେଷ୍ଟ ହାଉସରେ ଥିଲେ ଝରାଫୁଲ, ସାଙ୍ଗରେ ଥିଲେ ରାକେଶ, ଏପଟେ ଏଫଆଇଆର କପି ନେବାକୁ କୁଆଖିଆ ଥାନାରେ ପହଚିଂଲେ ଝରାଫୁଲଙ୍କ ବାପା..! କହିଲେ, ଅଭିଯୁକ୍ତ ରାକେଶ ସ୍ୱାଇଁକୁ ମିଳୁ କଠୋର ଦଣ୍ଡ !!
ଭୁବନେଶ୍ୱର : ରାଜଧାନୀରେ ଖୁଲମଖୁଲ୍ଲା ବିକ୍ରି ହେଉଛି ଗଞ୍ଜେଇ ସିଗାରେଟ୍ । ବିଶେଶ୍ୱର ବସ୍ତିରେ ଚଢାଉ ବେଳେ ୨୦୦୦ରୁ ଅଧିକ ଗଞ୍ଜେଇ ସିଗାରେଟ ଜବତ କଲା ଅବକାରୀ ବିଭାଗ !!
ନବରଙ୍ଗପୁର : ମକା ଚାଷୀଙ୍କ ଠାରୁ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ, ଥାନାରେ ଏତଲା ଦେଇଥିବା ଅଭିଯୋଗକାରୀ ହିଁ ଅଭିଯୁକ୍ତ !!
ବରଗଡ଼ : ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ମାନଙ୍କ ଧାରଣା !!
ଭୁବନେଶ୍ୱର : ରାଜ୍ୟରେ ଜୋରସୋରରେ ଆଗେଇ ଚାଲିଛି କରୋନା ଟିକାକରଣ । ଅନୁପାତ ଦୃଷ୍ଟିରୁ ଓଡ଼ିଶା ୧ନମ୍ବର, ଟିକା ନେଲେଣି ୧ଲକ୍ଷ ୯୪ ହଜାର ୫୮ଜଣ !!
ସୁନ୍ଦରଗଡ : ଭିଜିଲାନ୍ସ ଜାଲରେ ପଡିଲେ ମେଡିକାଲ ଅଫିସର । ଲାଞ୍ଚ ନେବାବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ । ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ସୁଧାକର ଗରଡିଆଙ୍କୁ ଗିରଫ କରିଛି ଭିଜିଲାନ୍ସ !!
ମାଲକାନଗିରି : ଯବାନଙ୍କ ଉନ୍ମତକାଣ୍ଡ । ସହଯୋଗୀଙ୍କଠାରୁ ବନ୍ଧୁକ ଛଡାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରିଲେ । ଜଣେ ଯବାନ ମୃତ ଓ ଦୁଇ ଜଣ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ !!
ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ଆମ୍ବୁଲାନ୍ସ ଅଭାବରୁ ଗର୍ଭବତୀ ମହିଳା ଭାରରେ ବୁହା ହୋଇ ପହଞ୍ଚିଛନ୍ତି ମେଡିକାଲରେ !!
ନୟାଗଡ : ଗାଁ ମଶାଣିରେ ପାର୍କର ମଜା, ରଙ୍ଗବେରଙ୍ଗର ଫୁଲ ସାଙ୍ଗକୁ ତଟକା ପନିପରିବାର ସମ୍ଭାର, ଆଲୋକମାଳାରେ ଝଟକୁଛି ଶ୍ମଶାନ, ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ !!

 

Leave A Reply

Your email address will not be published.