ସଂସଦରେ ପ୍ରଶ୍ନ ପଚାରିବେ ଅପରାଜିତା

0 294

ଭୁବନେଶ୍ୱର,୩୦/୧(ଏସଏସନିୟୁଜ) ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ୨୦୨୧ ଜାନୁଆରୀ ୮ତାରିଖରେ ଆରକ୍ଷୀ ମହାନିର୍ଦେଶକଙ୍କୁ ଓଡ଼ିଶାରେ ରାଜନୈତିକ ହତ୍ୟା ବିଷୟରେ ଆଲୋଚନା କରିଥିଲେ | ପୋଲିସ ମହାନିର୍ଦେଶକ ଏହି ସମ୍ବନ୍ଧୀୟ ଏକ ରିପୋର୍ଟ ସାତ ଦିନ ଭିତରେ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ସାତଦିନ ସମାପ୍ତ ହୋଇଥିଲେ ମଧ୍ୟ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ |ସଦ୍ୟ ପ୍ରକାଶିତ India Justice Report 2020 ଅନୁଯାୟୀ 18 ଟି ରାଜ୍ୟ ମଧ୍ୟରେ ଓଡିଶା ଚାରୋଟି ସ୍ଥାନ ତଳକୁ ଖସି 11 ନମ୍ବର ସ୍ଥାନରେ ପହଁଚିଛି |ଯାହା ଅତ୍ୟନ୍ତ ଚିନ୍ତାଜନକ,ଦୁଃଖଦାୟକ ଏବଂ ନିନ୍ଦନୀୟ ବିଷୟ |ସଂସଦର ଚଳିତ ଅଧିବେଶନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ବିଷୟ ନେଇ ପ୍ରଶ୍ନ ପଚାରିବେ ବୋଲି ବ୍ୟକ୍ତ କରିଛନ୍ତି |

Leave A Reply

Your email address will not be published.