ଭୁବନେଶ୍ଵର,୨୨।୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ସୋମବାରଦିନ ଖୋଲା ରହିବ । କିନ୍ତୁ ପରଦିନ ଅର୍ଥାତ ମଙ୍ଗଳବାର ଦିନ ବନ୍ଦ ରହିବ ଏ ନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସନତ କୁମାର ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟଯେ ,ଉଭୟପାର୍କ ପ୍ରତ୍ୟେକ ସୋମବାର ବନ୍ଦରହିଥାଏ ।ହେଲେ ଚଳିତବର୍ଷ ଜାନୁଆରୀ୨୬ ସୋମବାର ପଡୁଥିବାରୁ ଏବଂ ପୂର୍ବ ନିଷ୍ପତ୍ତି ଆଧାରରେ ଏହି ଦିନ ଉଭୟ ନନ୍ଦନକାନନ ଓ ଉଦ୍ଭିଦଉଦ୍ୟାନ ଖୋଲା ରଖାଯିବା ସହିତ ମଙ୍ଗଳବାର ବନ୍ଦ ରହିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି ।
