ହୁଇଲ ଚେୟାରରେ ମମତା କରିବେ ପ୍ରଚାର

ସକାଳର ଖବର,ତାରିଖ ୧୪/୦୩/୨୦୨୧,ରବିବାର

0 871

୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍, ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା ।
୨-ଆସନ୍ତା ୨୧ ରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତିର ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ।
୩-ବିମାନ ଯାତ୍ରୀଙ୍କ ପାଇଁ କଡ଼ା ହେଲା କୋଭିଡ କଟକଣା – ମାସ୍କ ନ ପିନ୍ଧିଲେ ବିମାନବନ୍ଦରକୁ ପ୍ରବେଶ ନାହିଁ ।
୪-ଆସନ୍ତା ୨୧ରେ ଲୋକାର୍ପିତ ହେବ ରାଉରକେଲା ର ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି।
୫-ପୁରୁଣା ସରକାରୀ ଗାଡ଼ି ଉପରେ ଲାଗିବ କଟକଣା,୨୦୨୨ ଏପ୍ରିଲରୁ ପଞ୍ଜୀକରଣ ନବୀକରଣ ବନ୍ଦ ହୋଇପାରେ ।
୬-ଝାରସୁଗୁଡ଼ାରୁ ଚେନ୍ନାଇ ବିମାନସେବା ଆସନ୍ତା ମାର୍ଚ୍ଚ ୨୮ରୁ ଆରମ୍ଭ କରିବ ସ୍ପାଇସ ଜେଟ୍ ।
୭-ଡେନମାର୍କ, ନରୱେ, ଆଇସଲ୍ୟାଣ୍ଡ , ଥାଇଲାଣ୍ଡରେ ଆଷ୍ଟ୍ରାଜେନିକା ଟିକା ଉପରେ ଲାଗିଲା ସାମୟିକ ରୋକ୍ । ଟିକା ନେବା ପରେ ଆସୁଛି ରକ୍ତ ଜମାଟ ଅଭିଯୋଗ ।
୮-ଓଡ଼ିଶାରେ ଟିକାକରଣକୁ ସରକାରଙ୍କ ପ୍ରାଥମିକତା । ଏବେ ସୁଦ୍ଧା ଓଡ଼ିଶାରେ ୩.୪୮ଲକ୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନେଲେଣି ଟିକା ।
୯-ଧାନକିଣାକୁ ନେଇ ବିଧାନସଭାରେ ମହାଭାରତ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
୧୦-ରାଜ୍ୟରେ ଭିକ୍ଷୁକଙ୍କ ପାଇଁ ୩ ଜିଲ୍ଲାରେ ହେବ ପୁନର୍ବାସ କେନ୍ଦ୍ର, ରାଜ୍ୟରେ ମୋଟ୍ ୮୩୩୮ ଜଣ ଭିକାରୀ ଚିହ୍ନଟ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସୂଚନା ।
୧୧-କେନ୍ଦ୍ରର ୩ଟି କୃଷି ଆଇନ ଅସାମ୍ବିଧାନିକ, ରାଜ୍ୟରେ ଲାଗୁ ନ କରିବାକୁ ସଂକଳ୍ପ ନୋଟିସ ଦେଲେ ନରସିଂହ ।
୧୨-ଏବର୍ଷ ଇଦ୍ ଅବସରରେ ମେ’୧୩ରେ ରିଲିଜ ହେବ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାଧେ । ଭାଇଜାନ ନିଜେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
୧୩-ମାର୍ଚ୍ଚ ୧୫ରୁ ହୁଇଲ ଚେୟାରରେ ମମତା କରିବେ ପ୍ରଚାର । ସେପଟେ କୋଲକାତାରେ ଆନ୍ଦୋଳନକାରୀ ଚାଷୀଙ୍କ ହୁଙ୍କାର । ବିଜେପି ବିରୋଧରେ ଗର୍ଜିଲେ ରାକେଶ ଟିକାୟତ ।
୧୪-କ୍ୱାଡ ବୈଠକକୁ ନେଇ ଚୀନର ଚିନ୍ତା । ପ୍ରଶାନ୍ତ ମହାସାଗର ଅଂଚଳର ଶାନ୍ତି ଓ ପ୍ରଗତି ନେଇ ସ୍ୱର ମିଶାଇଲେ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ।
୧୫-ମହାରାଷ୍ଟ୍ରରେ ପୁଣି କରୋନା ହଟ୍‌ସ୍ପଟ୍ : ପୁଣେରୁ ଔରଙ୍ଗାବାଦ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତାଲାବନ୍ଦ ଓ ରାତ୍ରିକାଳୀନ କର୍ଫ୍ୟୁ ଜାରି ।
୧୬-ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଘୋଷଣା କଲା ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ ।
୧୭-ଦକ୍ଷିଣ କାଜାକସ୍ତାନ ଆଲମାଟି ସିଟି ବିମାନ ବନ୍ଦରରେ ମିଲେଟ୍ରି ବିମାନ ଦୁର୍ଘଟଣା, ୪ମୃତ, ୨ ଆହତ ।
୧୮-ଜାତୀୟ ଟେନିସ୍ କ୍ରିକେଟ୍‌, ବେଙ୍ଗଲକୁ ୩ ୱିକେଟ୍‌ରେ ହରାଇ କ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ।
୧୯-ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଜୀବନସାଥୀ କରିବେ ଟିମ ଇଣ୍ଡିଆ କ୍ରିକେଟର ଯଶପ୍ରୀତ୍ ବୁମରା । ଗୋଆରେ ହୋଇପାରେ ବିବାହ ।
୨୦-ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ଯାଦୁ। ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ର ଇଣ୍ଡିଆ ଲିଜେଣ୍ଡ୍ସ ର ବୃହତ ବିଜୟ,ଏହି ମ୍ୟାଚ୍ ଜିତି ଇଣ୍ଡିଆ ଲିଜେଣ୍ଡ୍ସ ୬ ମ୍ୟାଚ୍‌ରୁ ୫ ବିଜୟ ପାଇ ୨୦ ପଏଣ୍ଟ୍ ସହ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍‌ରେ ପ୍ରବେଶ କରିଛି।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।ଶୁଭ ସକାଳ,ସୁପ୍ରଭାତ। ଆଜିଠାରୁ ଆରମ୍ଭ ମଳମାସ

Leave A Reply

Your email address will not be published.