ମଇମାସ ୦୩ତାରିଖ ୨୦୨୬ମସିହା(ରବିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,
ତିଥି-ଦ୍ୱିତୀୟା ରାତ୍ରି ଘ୦୩/୧୦ଗତେ ତୃତୀୟା,ନକ୍ଷତ୍ର-ବିଶାଖା ଦିବା ଘ୦୭/୫୧ଗତେ ଅନୁରାଧା,ସୁର୍ୟୋଦୟ-ପ୍ରାତଃଘ୦୫/୨୨/୪୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୫୪,ଯୋଗିନୀ ଉତ୍ତରେ ରାତ୍ରି ଘ୦୩/୧୦ଗତେ ଅଗ୍ନିକୋଣେ,ମେଷରାଶିର ଘାତବାର,ଦ୍ୱିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ତ୍ରିପାଦ ଦିବାଘ୦୭/୫୦, ଦ୍ଵିପ।ଦ ଓ ରାତ୍ରି ଘ୦୩/୧୦ ଗତେ ଏକ ପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୦୪ଗତେ ଘ୦୧/୧୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୦୯ ଗତେ ଘ୦୯/୨୨ ମଧ୍ୟେ ଓ ରାତ୍ରି ଘ୦୭/୪୪ଗତେ ଘ୦୮/୨୦ମଧ୍ୟେ,
ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୦୮ମଧ୍ୟେ ଓ ରାତ୍ରି ଘ୦୬/୫୫ଗତେ ଘ୦୭/୪୩ ମଧ୍ୟେ,ଅଦ୍ୟ ବୋଇତୀକଖାରୁ ରାତ୍ରି ଘ୦୩/୨୦ଗତେ ପୋଟଳ ଭକ୍ଷଣ ନିଷେଧ।
ମେଷ:-ବ୍ୟବସାୟୀମାନଙ୍କ ପାଇଁ ଆଜିରଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ।ଲମ୍ବା ସମୟର ଆର୍ଥିକଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥରହିବ।ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।
ବୃଷ :-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ।ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ।ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମସଫଳତା ମିଳିବ।ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପହେବାର ଆଶଂକା ଅଛି।
ମିଥୁନ :-ସମସ୍ତକାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱଅନୁଭବ କରିବେ।ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ।ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରାକାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।ପାଣି କିମ୍ବା ଅନ୍ୟ ତରଳପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳ ପାଇଁ ଆଜିରଦିନ ଭଲରହିବ।ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସିରହିବେ।ଲଘୁ ଯାତ୍ରାର ଯୋଗ ଅଛି।ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।ଆର୍ଥିକଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରିପାରିବେ।
ସିଂହ:-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭହେବ।ପରିବାରରେ ସୁଖ-ଶାନ୍ତି ରହିବ।ଉତ୍ତମ ଭୋଜନର ପ୍ରାପ୍ତିହେବ।ନିର୍ଦ୍ଧାରିତ କାମରେ ସଫଳତାମିଳିବ।ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:- ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ।ବ୍ୟବସାୟ ଦୃଷ୍ଟିରେ ଆଜିରଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲରହିବ ଏବଂ ମନ ମଧ୍ୟ ସୁସ୍ଥରହିବ।ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତିହେବ।ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା:-ଆଜି ଆପଣ ଅନ୍ୟବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନାଅଛି।ପରୋପକାର ବଦଳରେ ଉପକାର ମିଳିପାରେ। ଆୟଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ।ଆଧ୍ୟାତ୍ମିକବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭସମାଚାର ମିଳିବ।ମାଙ୍ଗଳିକକାର୍ଯ୍ୟ ହେବ। ବିବାହପାଇଁ ସଂଯୋଗ ବନିବ। ଚାକିରିଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧିହେବ।ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କକାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ।ଆମୋଦ-ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନସମ୍ମାନ ପ୍ରାପ୍ତିହେବ।ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର :-ଆପଣଙ୍କ ଆଜିରଦିନ ମିଶ୍ର ଫଳଦାୟକ ପ୍ରମାଣିତହେବ।ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆବିଚାରଧାରା ଉଦ୍ରେକହେବ।ତଥାପି ମଧ୍ୟ ମନର କୌଣସିକୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କସମସ୍ୟା ବିଷୟରେ ଚିନ୍ତାସୃଷ୍ଟି ହୋଇପାରେ।
କୁମ୍ଭ :-ନକାରାତ୍ମକ ବିଚାରରେମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟଖରାପ ହୋଇପାରେ ।
ମୀନ:-ଆଜିର ଦିନ ସୁଖ-ଶାନ୍ତିରେ କଟିବ।ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ।ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ।ଉତ୍ତମ ବୈବାହିକସୁଖପ୍ରାପ୍ତି ହେବ।

ତମ୍ବାକପ୍ରେ ପାଣି ପିଇବାର ଉପକାରିତା…
ତମ୍ବା ପାତ୍ରରେ ପାଣିରଖି ପିଇବା ଏକ ପ୍ରାଚୀନ ଆୟୁର୍ବେଦିକ ପଦ୍ଧତି। ଏହା ଶରୀରକୁ ପ୍ରାକୃତିକ ଭାବେ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହାର କିଛି ମୁଖ୍ୟ ଉପକାରିତା ନିମ୍ନରେ ଦିଆଗଲା:-
🦠 ଜୀବାଣୁମାରିଥାଏ:-ତମ୍ବାର ପ୍ରାକୃତିକ ଆଣ୍ଟିମାଇକ୍ରୋବାଇଲ୍ ଗୁଣ ରହିଛି, ଯାହା ପାଣିରେଥିବା କ୍ଷତିକାରକ ଜୀବାଣୁଙ୍କୁ ନଷ୍ଟକରିବାରେ ସାହାଯ୍ୟ କରେ।
🧠 ମସ୍ତିଷ୍କକୁ ଉତ୍ତେଜିତ କରେ:-ଏହା ଜ୍ଞାନଶକ୍ତି ଏବଂ ସ୍ମୃତିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।
🦋 ଥାଇରଏଡ୍ ଗ୍ରନ୍ଥିର କାର୍ଯ୍ୟକାରିତା:- ଏହା ଥାଇରଏଡ୍ ଗ୍ରନ୍ଥିକୁ ନିୟନ୍ତ୍ରଣ କରି ମେଟାବୋଲିକ୍ ସ୍ୱାସ୍ଥ୍ୟକୁ ସୁଧାରିଥାଏ।
🦴 ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ଉପଶମ:- ଏହାର ପ୍ରଦାହ ବିରୋଧୀ (Anti- inflammatory) ପ୍ରଭାବ ଗଣ୍ଠି ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରେ।
✨ ଚର୍ମସ୍ୱାସ୍ଥ୍ୟ ବୃଦ୍ଧି:-କୋଲାଜେନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରି ଏହା ଚର୍ମକୁ ସୁସ୍ଥ ଏବଂ ଉଜ୍ଜ୍ୱଳ ରଖେ।
⏳ ବାର୍ଦ୍ଧକ୍ୟପ୍ରକ୍ରିୟାକୁ ଧିମା କରେ:- ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅକ୍ସିଡେଟିଭ୍ ଚାପ ସହିତ ଲଢ଼ି ବାର୍ଦ୍ଧକ୍ୟକୁ ଦୂରେଇ ରଖେ।
🥗 ହଜମପ୍ରକ୍ରିୟାରେ ଉନ୍ନତି:-ଏହା ପାକସ୍ଥଳୀର ସଫେଇ ଏବଂ ଗ୍ୟାଷ୍ଟ୍ରିକ୍ ସମସ୍ୟାରୁ ମୁକ୍ତି ଦେଇ ହଜମ ପ୍ରକ୍ରିୟାକୁ ସକ୍ରିୟ କରେ।
🩸 ରକ୍ତହୀନତାରୁ ମୁକ୍ତି:-ଶରୀରରେ ଲୌହ (Iron)ଶୋଷଣରେ ତମ୍ବା ସାହାଯ୍ୟ କରେ, ଯାହା ଆନେମିଆ ଦୂର କରିବାରେ ସହାୟକ ହୁଏ।
❤️ ହୃଦରୋଗର ଆଶଙ୍କା ହ୍ରାସ:- ଏହା କର୍କଟ ଏବଂ ହୃଦରୋଗ ଭଳି ଜଟିଳ ସମସ୍ୟାରୁ ରକ୍ଷା କରିବା ସହ ସାମଗ୍ରିକ ହୃଦୟ ସ୍ୱାସ୍ଥ୍ୟକୁ ସମର୍ଥନ କରେ।। ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା।।
Prev Post
