ବାରଙ୍ଗ ପ୍ରେସ କ୍ଲବ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳଣ

0 347

ବାରଙ୍ଗ-୨୨/୧(ଏସଏସଏନ୍)ସଡକ ସୁରକ୍ଷା ଜୀବନ ରକ୍ଷା , ଏହି ବାର୍ତା ନେଇ ଆଜି ବାରଙ୍ଗ ପ୍ରେସ୍ କ୍ଲବ ତରଫରୁ ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳଣ କରିଛନ୍ତି । ପ୍ରେସ୍ କ୍ଲବର ସଭାପତି ଲିଙ୍ଗରାଜ ରାଉତଙ୍କ ନେତୃତରେ କମଳା କାନ୍ତ ନାୟକ ,  କୃଷ୍ଣଚନ୍ଦ୍ର ସ୍ବାଇଁ , ପ୍ରକାସ ଚନ୍ଦ୍ର ସାହୁ ,ତ୍ରିଲୋଚନ ଦାସ,  ତୁସାର କାନ୍ତ ବେହେରା , ଲୋଚନ ମୁଦୁଲି ,ସୁକାନ୍ତ ବେହେରା ,ପ୍ରସାନ୍ତ ସାହୁ ,ଦେବେନ୍ଦ୍ର ବେହେରା ,ସଗ୍ରାମ କିଶୋର ଦାସ ପ୍ରମୁଖ ହାତରେ ପ୍ଲାକାର୍ଡ ଧରି ତ୍ରିଶୁଳିଆ ଟ୍ରାଫିକ୍ ଛକରେ ସକାଳ ୭ ଘଟିକା ସମୟରେ ପହଁଛି  ବିନା ହେଲମେଣ୍ଟ ରେ ଗାଡି ଚଲାନ୍ତୁ ନାହିଁ , ୪ଚକିଆ ଯାନ ଚଳେଇବା ସମୟରେ ସିଟ୍ ବେଲ୍ଟ ପିନ୍ଧନ୍ତୁ , ଦୁଇଚକିଆ ଯାନରେ ତିନିଜଣ ବସି ଯାଅନ୍ତୁ ନାହିଁ ,ଗାଡି ଚଳେଇବା ସମୟରେ ଫୋନ ରେ କଥା ନହେବା ,  ଗାଡି ଚଳେଇବା ସମୟରେ ମଦ ନପିଇବା ଆଦି ଜନସାଧାରଣମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଶାନ୍ତି କମିଟ୍ ର ସମ୍ପାଦକ ତଥା ଯୁବ ରେଡ୍ କ୍ରସ ସୋସାଇଟ୍ ର ପରାମର୍ଶ  ସୁରେଶ ମହାନ୍ତି ଏହି ସଡକ ସୁରକ୍ଷା ଅଭିଯାନ ରେ ସାମିଲ ହୋଇ ସେ ମଧ୍ୟ ଜନସାଧାରଣ ମାନଙ୍କୁ ସଚେତନର ବାର୍ତା ଦେଇଥିଲେ । ବାରଙ୍ଗ ପ୍ରେସ କ୍ଲବର ଏଭଳି କାର୍ଯ୍ୟକୁ  ବୃଦ୍ଧିଜୀବି ମହଲରେ ପ୍ରଶଂସା କରିଥିଲେ  ।

Leave A Reply

Your email address will not be published.