କଳାହାଣ୍ତିରୁ ଆରମ୍ଭହେଲା ବିମାନସେବା

କଳାହାଣ୍ତି,୩୧।୮(ଏସଏସନିଉଜ) କଳାହାଣ୍ତିବାସୀଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠୁ କାଳହାଣ୍ତିରେ ଆରମ୍ଭ ହୋଇଛି ବିମାନସେବା। କଳାହାଣ୍ତିଜିଲ୍ଲା କେସିଙ୍ଗାବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଆଜିଠୁ ପ୍ରଥମ ଥର ଲାଗି ବିମାନ ସେବା ଆରମ୍ଭ ହୋଇଛି । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହାସହ ବିମାନ ବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନଏୟାରର ଏକ ୯ ସିଟର ଯାତ୍ରୀବାହୀ ବିମାନ ଉତ୍କେଲା ଏୟାରପୋର୍ଟରୁ ଯାତ୍ରୀମାନେ ପ୍ରଥମେ ଯାତ୍ରାଆରମ୍ଭ କରିଛନ୍ତି । ଏହି ବିମାନ ପ୍ରାୟତଃ ୧୦ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ ବୋଲି ଜଣାପଡି଼ଛି। ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ, ମୁଖ୍ୟମନ୍ତ୍ରୀ ନବୀନପଟ୍ଟାନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

- Advertisement -

Leave A Reply

Your email address will not be published.