ଭୁବନେଶ୍ୱର,୧୨ା୭(ଏସଏସନିଉଜ) ଚନ୍ଦକା ଥାନାପୋଲିସ ବେଆଇନ ଭାବେ ନେଇ ଆସୁଥିବା ଏକ ପଥର ବୋଝେଇ ଗାଡିକୁ ଜବତ କରିବାସହ ଚାଲକକୁ ଗିରଫ କରିଛି ।ଗିରଫ ଚାଳକ ହେଉଛନ୍ତି ଓଡଗାଁ ନନ୍ଦିଘୋରା ଗ୍ରାମର ଅଇଁଠା ସେଠୀା
ପ୍ରକାସ ଯେ,ରବିବାର ଦିନରେ ଏସ୍.ଆଇ. ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଓ ତାଙ୍କର ଟୀମ ପାଟ୍ରୋଲିଂ ଓ ଏନଫୋର୍ସମେଣ୍ଟ ଡ୍ୟୁଟି କରୁଥିବା ସମୟରେ ପ୍ରାୟ ୧.୩୦ରେ ଏକ ଟ୍ରକ୍ ମଳିପଡା ଅଞ୍ଚଳରୁ ବେଆଇନ ଭାବରେ ପଥର ନେଇ ଆସୁଥିବାର ସୂଚନା ପାଇଥିଲେ ।ଏହି ସୂଚନା ଆଧାରରେ ପୋଲିସ ଦାସପୁର ଛକ ନିକଟରେ ଜଗିରହିଥିଲେ ।ଦ୍ରୁତଗତିରେ ଆସୁଥିବା ଟ୍ରକଟି ପୋଲିସକୁ ଦେଖିବା ପରେ ଗାଡିଛାଡି ଚାଳକ ଯରୋର ହୋଇଯାଇଥିଲା ପୋଲିସ ଆଦର୍ଶ ବିଦ୍ୟାଳୟ ନିକଟରେ ଚାଳକକୁ କାବୁ କରିଥିଲା। ପଚରାଉଚରାରେ ସେ ନିଜର ପରିଚୟ ଦେବାସହ ଟ୍ରକ୍ ମାଲିକଙ୍କ ନିର୍ଦ୍ଦେଶରେ ପଥର ଲୋଡ୍ କରି ଦାସପୁରକୁ ବେଆଇନ ଭାବରେ ନେଇଯାଉଥିବା ସ୍ଵୀକାର କରିଥିଲେ।ଅନ୍ୟପଟେ ପଥର ପରିବହନ କରିବାପାଇଁ ବୈଧ କାଗଜପତ୍ର ସେ ଦେଖାଇନପାରିବାରୁ ପୋଲିସ ଗାଡିସହ ଚାଳକକୁ ଗିରଫ କରି ୩୭୯/୨୬କେସନଂରେ ଏକ ମାମଲା ରୁଜୁକରି କୋର୍ଟଚାଳଣ କରିଛି ।
Prev Post
