ଓକିଲସଂଘର ବାର୍ଷିକ ବଣଭୋଜି

କଟକ, ୧୨।୧(ଏସଏସନିଉଜ) ରବିବାର ଦିନ ଚୂଡଙ୍ଗ ନିକଟସ୍ଥ ମାସାରଙ୍ଗେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ବାରଙ୍ଗ ଓକିଲସଂଘର ବାର୍ଷିକ ବଣଭୋଜି ଓ ବନ୍ଧୁମିଳନ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ହାଇକୋର୍ଟ ବାରଆସୋସିଏସନର ସଭାପତି ମନୋଜ କୁମାର ମିଶ୍ର, ସଂଘ ସଭାପତି ପ୍ରଭାତ କୁମାର ଲେଙ୍କା, ଉପ-ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବ୍ରତ ମହାପାତ୍ର, କୋଷାଧ୍ୟକ୍ଷ ବିଜୟ କୁମାର ବସ୍ତିଆ, ପ୍ରମୋଦ କୁମାର ଦାସ ସୁଶ୍ରୀ ପିଙ୍କି ଜେନା, ରୋହନ ଜେନା, ଅକ୍ଷୟ କୁମାର ପତି, ସୁବର୍ଣ୍ଣ କେଶରୀ ପଣ୍ଡା ଆଦି ଓକିଲମାନେ ଯୋଗଦେଇ ସଂଘର ଭବିଷ୍ୟତ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ।ଏହି ଅବସରରେ ସଂଘରେ ନୂଆ କରି ଯୋଗଦେଇଥିବା ଓକିଲମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଶେଷରେ ସଙ୍ଘର ସମ୍ପାଦକ ସୁବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.