ବାରଙ୍ଗ,୩୦।୪(ଏସଏସନିୟୁଜ) ବିଜେଡି ଭୁବନେଶ୍ଵର ଉତର ନିର୍ବାଚନ ମଣ୍ଡଳୀ ତରଫରୁ ମରଚିଆ ଗ୍ରାମରେ ଅଖିମୁଠି ଅନୁକୂଳ ହୋଇଯାଇଛି। ବିଧାୟକ ସୁଶାନ୍ତ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଧାନବିଲରେ ହଳ କରିବା ସହ ଅଖିମୁଠି ଅନୁକୂଳ କରିଥିଲେ।ଏହି ଅବସରରେ କୃଷକନେତା ଭଗବାନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ବିଜେଡି ନେତା ମନ୍ମଥ ରାଉତରାୟ, ବିଜେଡି ରାଜ୍ୟସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ,ଗାନ୍ଧୀବାଦି ନେତା ପ୍ରତାପ ଚନ୍ଦ୍ର ରାଉତ,ସନ୍ତୋଷ ନାଥ,ଜିଲ୍ଲା ପରିଷଦ ସଭ୍ୟ। ବବିତା ରାଉତ,ନିର୍ମଳ ରାଉତ,ସରମ୍ପଚ ହେମନ୍ତ ପରିଡ଼ା, ସମିତିସଭ୍ୟ ନିହାର କାନ୍ତ ପଢ଼ିହାରୀ , ବୟୋଜ୍ୟଷ୍ଠ ମୂରବୀ ଅନ୍ତର୍ଯ୍ୟାମୀ କୁଆଁର,ନାରୀ ଜାଗରଣ ମଞ୍ଚ ସଭାନେତ୍ରୀ ଝୁନା ରାଉତ, ସମ୍ପାଦିକା ସୁନୀତା ପରିଡ଼ାଙ୍କ ସମେତ ରଘୁନାଥପୁର,ଦାଢ଼ା, କଲ୍ୟାଣପୁର,ବରୀମୁଣ୍ଡ, ଇଞ୍ଜଣା ଆଦି ୫ପଞ୍ଚାୟତର
ସରମ୍ପଚ ଓ ସମିତି ସଭ୍ୟ,ମୂରବୀ ଓ ବିଜେଡି କର୍ମୀମାନେ ଯୋଗଦେଇ କୃଷି ଭିତ୍ତିକପର୍ବ ଅକ୍ଷୟତୃତୀୟା ଦିବସ ପାଳନର ତାପ୍ତର୍ୟ୍ଯ ଉପରେ କହିଥିଲେ।ଶେଷରେ ୫ପଞ୍ଚାୟତର ସଫଳ ଚାଷୀମାନଙ୍କୁ ବିଧାୟକ ସମ୍ମାନିତ କରିଥିଲେ
