କୋଭିଡ୍ ମୃତ୍ୟୁ ପଛର ସତ କଣ ?

ଖବରଆଜିର,ତାରିଖ=୦୬-୦୭-୨୦୨୧,ମଙ୍ଗଳବାର

0 336

୧–ରାଜଧାନୀରେ ଚାଞ୍ଚଲ୍ୟ, ଭୀମଟାଙ୍ଗିରେ ମହିଳାଙ୍କୁ ବିଭତ୍ସ ହତ୍ୟା। ହତ୍ୟା ପରେ ଆତ୍ମହତ୍ୟା କରି ଅଭିଯୁକ୍ତ ଗୁରୁତର, କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି।ଡିସିପି ଉମାଶଙ୍କର ମିଶ୍ର କହିଲେ ମାଆ ଓ ପୁଅଙ୍କୁ ମାରି ଆତ୍ମହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ। ସୌଭାଗ୍ୟ ବଶତଃ ବଞ୍ଚିଗଲା ୩ ବର୍ଷର ପୁଅ
୨-କୋଭିଡ୍ ମୃତ୍ୟୁ ପଛର ସତ କଣ ? କେମିତି ପ୍ରକାଶ ପାଉଛି ଦୈନିକ ମୃତ୍ୟୁ ସଂଖ୍ୟା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଜିଲ୍ଲାସ୍ତରରେ ଅଡିଟ୍ ହେବାପରେ ଦିଆଯାଉଛି ହିସାବ
୩-ଦ୍ୱିତୀୟ ଲହର ସଂଖ୍ୟା କମୁନଥିବା ବେଳେ ତୃତୀୟ ଲହର ନେଇ ଏସବିଆଇ କଲା ପୂର୍ବାନୁମାନ । ଅଗଷ୍ଟରେ ବଢିବ ସଂଖ୍ୟା, ସେପ୍ଟେମ୍ବରରେ ପିକରେ ପହଁଚିବ ସଂକ୍ରମଣ  ।
୪– ୫୦% ସିଲାବସ ସହିତ ୨ଭାଗରେ ଅନୁଷ୍ଠିତ ହେବ ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୨ ।
୫-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମମତା ବାନାର୍ଜୀଙ୍କ ନିକଟକୁ ୨୬୦୦ କେଜି ଆମ୍ବ ଉପହାର ପଠାଇଲେ ଶେଖ ହସିନା ।
୬-ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ, ଏଣିକି ୟୁନିଭର୍ସିଟି ଓ କଲେଜ ଆସିବେ ସବୁ କର୍ମଚାରୀ ।
୭-ଶ୍ରୀନଗରରେ ଡ୍ରୋନ ବ୍ୟବହାର ଉପରେ ଲାଗିଲା କଟକଣା । ଡ୍ରୋନକୁ କେହି ରଖିପାରିବେନି କି ଉଡାଇ ପାରିବେନି ।
୮-ବିଶ୍ୱ ଦରବାରରେ ବଢୁଛି କୋ-ୱିନ ପୋର୍ଟାଲର ଚାହିଦା । ବ୍ୟବହାର ପାଇଁ ଆଗ୍ରହ ଦେଖାଇଛନ୍ତି ୫୦ଟି ଦେଶ ।
୯-ପ୍ରଖ୍ୟାତ ସମାଜସେବୀ ଷ୍ଟାନ ସ୍ୱାମୀଙ୍କ ୮୪ ବର୍ଷରେ ପରଲୋକ । ଜାମିନ ଆବେଦନର ଶୁଣାଣୀ ଭିତରେ ଆରପାରିକୁ ଚାଲିଗଲେ ଷ୍ଟାନ ସ୍ୱାମୀ ।
୧୦-ବଦଳୁଛି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆଭିମୁଖ୍ୟ । ହିନ୍ଦୁତ୍ୱ ନାରା ଦେଉଥିବା ଭାଗବତ କହିଲେ, ହିନ୍ଦୁ-ମୁସଲମାନ ଏକ, ପ୍ରତ୍ୟେକ ଭାରତୀୟଙ୍କ ଡିଏନଏ ଏକ ।
୧୧-ବଡ଼ଦାଣ୍ଡର ଛାତ ଉପରୁ କେହି ଦେଖି ପାରିବେନି ରଥଯାତ୍ରା । ପ୍ରଶାସନର ବାରଣ ପରେ କଟକଣା ହଟାଇବାକୁ ଦାବି କଲେ ବଡ଼ଦାଣ୍ଡ ବାସିନ୍ଦା । କହିଲେ, ନିଜ ଛାତ ଉପରୁ କାହିଁକି କରିପାରିବୁନି ଦର୍ଶନ ।
୧୨-ଟିଏମସିରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜ
୧୩–ପୁରୀ: ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ। ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ବଳଭଦ୍ରଙ୍କ ଦୁଇଟି ଶ୍ରୀଭୁଜ ମରାମତି ହେବ। ଅଳଙ୍କାର ମରାମତି ପରେ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବେ।
୧୪–ମହାକାଶକୁ ଯିବେ ଦ୍ୱିତୀୟ ଭାରତ ଜନ୍ମିତ ମହିଳା ସିରିଶା ବଣ୍ଡ୍‍ଲା; ଚତୁର୍ଥ ଭାରତୀୟ ଭାବରେ ମହାକାଶ ଯାତ୍ରାରେ ଯିବେ
୧୫-–ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ନେଇ ଜନସ୍ବାର୍ଥ ମାମଲା ପ୍ରସଙ୍ଗ-ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ରେ ହେବାକୁ ଦିନ ଧାର୍ଯ୍ୟ।
୧୬-ରାଜ୍ୟରେ ବଢୁଛି ‘ବ୍ଲାକ ଫଙ୍ଗସ୍’ ରୋଗୀଙ୍କ ସଂଖ୍ୟା; ସମୁଦାୟ ୧୩୦ ଜଣ ସଂକ୍ରମିତ, ୨୦ ମୃତ, ୧୬ ସୁସ୍ଥ .
୧୭-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ୧୬ଜିଲ୍ଲାକୁ ‘ଆବାସ ପ୍ଲସ୍’ ରେ ସାମିଲ ପାଇଁ ଅନୁରୋଧ ।
୧୮-ପୁଣି ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟ୍‌କା ଅନୁଭୂତ ।
୧୯-ଟୋକିଓ ଅଲିମ୍ପିକ: ଉଦ୍‌ଘାଟନୀ ସମାରାେହରେ ମେରି କମ ଓ ମନପ୍ରୀତ ସିଂହ ହେବେ ଭାରତର ଧ୍ଵଜବାହକ
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.