କାଲି ନିଖୋଜ ,ଆଜି ଉଦ୍ଧାର

ବାରଙ୍ଗ, ୩୧।୫(ଏସଏସନିଉଜ) ନରାଜ ଗ୍ରାମ ନିକଟସ୍ଥ କାଠଯୋଡି ନଦୀରେ ଗତକାଲିଠାରୁ ନିଖୋଜ ଥିବା ଅନିଲଙ୍କ ମୃତଦେହକୁ ଶୁକ୍ରବାରଦିନ ଉଦ୍ଧାର ହୋଇଛି ।ଆଜି ସକାଳୁ ନଦୀରେ ଭାସୁଥିବାର ଖବରପାଇ ଅଗ୍ନିଶମ ବାହୀନି ପହଁଚି ପାଣିଭିତରୁ ମୃତଦେହକୁ ଉଦ୍ଧାର କରିଥିଲା ।ମୃତଯୁବକ ହେଉଛନ୍ତି । କଟକଲାଲବାଗ ଥାନା ଅଧିନ କାଳିଗଳି ବୁଢି ଠାକୁରାଣୀ ଅଂଚଳର ଅନିଲ କୁମାର ସେଠୀ(୧୮)ାଗତକାଲି ସାଙ୍ଗମାନଙ୍କ ସହ କାଠଯୋଡି ନଦୀକୁ ଗାଧେଇାବାକୁ ଆସିଥିଲେ । ଅନିଲ ପ୍ରଥମେ ନିଜର ପ୍ୟାଟ ସାର୍ଟ ଖୋଲି ଉପରେ ରଖି ଆନିକଟ ଉପରୁ ନଦୀ ଭିତରକୁ ହଠାତ ଡେଇଁ ପଡିଥିଲେ। ଯାହାଫଳରେ ନଦୀର ପ୍ରଖରସ୍ରୋତରେ ଅନୀଲ ଭାସି ଯାଇଥିଲେ ।

- Advertisement -

Leave A Reply

Your email address will not be published.