ଭୁବନେଶ୍ବର,୯।୯(ଏସଏସନିଉଜ)ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ଆଲୋଚନା ହେବ।ପରିବହନ,ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ଆଦି ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇ ଥିଲା।ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।ଧାନ ବିକ୍ରି ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଥିଲା।୩ ବିଭାଗ ରିପୋର୍ଟ ଆଧାରରେ ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ହେବ।ବାଦ୍ ହିତାଧିକାରୀଙ୍କୁ ଯୋଡ଼ିବା ନେଇ ହୋଇପାରେ ନିଷ୍ପତ୍ତି ବୋଲି ଉପ- ମୂଖ୍ୟମନ୍ତ୍ରୀ ପ୍ରଭାତୀପରିଡ଼ା କହିଛନ୍ତି।
